ସୁରକ୍ଷିତ ନଥିଲା କୋଜିକୋଡ ଏୟାରପୋର୍ଟର ରନ୍‌ ଓ୍ୱେ: ସତର୍କ କରିଥିଲା DGCA

କେରଳ: କୋଜିକୋଡ ଏୟାରପୋର୍ଟରେ ଇଣ୍ଡିଆ ଏକ୍ସପ୍ରେସ ବିମାନ ଶୁକ୍ରବାର ସନ୍ଧ୍ୟାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯେଉଁଥିରେ ୨ ଜଣ ପାଇଲଟଙ୍କୁ ମିଶାଇ ମୋଟ ୧୮ ଜଣଙ୍କ ମୃତ୍ୟୁ ହୋଇଛି । କେରଳରେ ଶୁକ୍ରବାର ପ୍ରବଳ ବର୍ଷା ହେଉଥିଲା । ବନ୍ଦେ ଭାରତ ମିଶନରେ ଏହି ବିମାନଟି ଦୁବାଇରୁ ଆସି କୋଜିକୋଡ ଏୟାରପୋର୍ଟର ରନ୍ଓ୍ୱେ ରେ ଖସିପଡ଼ିଥିଲା । ଡିଜିସିଏ ପୂର୍ବରୁ କାଜିକୋଡ ଏୟାରପୋର୍ଟର ରନ୍ଓ୍ୱେ କୁ ନେଇ ଚେତାବନୀ ଦିଆଯାଇଥିଲା । ଏହି ରନ୍‌ଓ୍ୱେ ରେ ଦୁର୍ଘଟଣା ହୋଇପାରେ ।

            ସୂଚନା ଯୋଗ୍ୟ ଯେ, ଅପରେସନ୍ ଦୃଷ୍ଟିକୋଣରୁ କୋଜିକୋଡ ଏୟାରପୋର୍ଟ ବିପଦପୂର୍ଣ୍ଣ । ଏହା ୧ ଟେପଲ ରନ୍‌ ଓ୍ୱେ । ଏହା ଅର୍ଥ ରନ୍‌ଓ୍ୱେ ଉଚ୍ଛରେ ରହିଛି ଏବଂ ଏହାର ଦୁଇ ପାଖରେ ଜମି ଖାଲୁଆ ରହିଛି । ଏହି ରନ୍ଓ୍ୱେ ଛୋଟ ଏବଂ ଏହାର ଶେଷରେ ୩୦ ଫୁଟ୍ ଗଭୀର ଘାଇ ରହିଛି । ଏଭଳି ସବୁ ଅସୁବିଧା ସତ୍ତ୍ୱେ ଏୟାରପୋର୍ଟରେ ପୂର୍ବଥର ଭଳି ଚଳିତ ଥର ମଧ୍ୟ ଉଡ଼ାନ ଜାରିରହିଥିଲା ।

କୋଜିକୋଡ ଏୟାରପୋର୍ଟର ଭଳି ଦେଶର ଅନ୍ୟ କିଛି ଏୟାରପୋର୍ଟର ମଧ୍ୟ ଡିଜାଇନ୍ ରହିଛି । ଯାହାକୁ ଟେବଲଟପ୍ ରନଓ୍ୱେ ବୋଲି କୁହାଯାଏ । ମେଙ୍ଗାଲୁରୁ ଏୟାରପୋର୍ଟ, ଏବଂ ମିଜୋରାମର ଲୋଙ୍ଗପୁଇ ଏୟାରପୋର୍ଟ ମଧ୍ୟ ସାମିଲ ରହିଛି । ମେଙ୍ଗାଲୁର ଏୟାରପୋର୍ଟ ଉପରେ ମଧ୍ୟ ୨୦୧୦ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଛି । ଯେଉଁଥିରେ ୧୫୮ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ସମସ୍ତ ଟେବଲ ଟପ୍ ଏୟାରପୋର୍ଟରେ ଲ୍ୟାଣ୍ଡିଂ ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣର ଆବଶ୍ୟକ ଥିବା କହିଥିଲେ ।

Leave a Reply