ଇନଷ୍ଟାଗ୍ରାମରେ ରୋନାଲ୍ଡୋ କ୍ରେଜ୍‌, ଫଲୋଅର୍ସ ତାଲିକାରେ ବିଶ୍ବର ପ୍ରଥମ ବ୍ୟକ୍ତି

ପର୍ତ୍ତୁଗାଲର ସୁପରଷ୍ଟାର ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ନାମରେ ପୁଣି ନୂଆ ରେକର୍ଡ  । ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ୫୦୦ ମିଲିଅନ ଫଲୋଅର୍ସ ଥିବା ପ୍ରଥମ ନାଗରିକ ସାଜିଛନ୍ତି ରୋନାଲ୍ଡୋ   । ଏହି ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି ଆର୍ଜେଣ୍ଟିନା ସୁପରଷ୍ଟାର ଫୁଟବଲର ଲିଓନେଲ ମେସି  । ଇନଷ୍ଟାଗ୍ରାମରେ ମେସିଙ୍କୁ ୩.୭୬ ମିଲିଅନ ୟୁଜର ଫଲୋ କରୁଛନ୍ତି  ।   ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଠାରୁ ରୋନାଲ୍ଡୋଙ୍କ ଫଲୋଅର୍ସ ସଂଖ୍ୟା ଦୁଇଗୁଣ ଅଧିକ  ।

ସେହିପରି ଟ୍ବିଟରରେ ମଧ୍ୟ ରୋନାଲ୍ଡୋଙ୍କ ୧୦୫ ମିଲିଅନରୁ ଅଧିକ ଫଲୋଅର୍ସ ଅଛନ୍ତି  । ଟପ୍‌ ଟେନ ତାଲିକାରେ ଟେଲିଭିଜନ ତାରକା କାଇଲି ଜେନରଙ୍କ ୩.୪୬ ମିଲିଅନ ଫଲୋଅର୍ସ ସହ ସେ ତୃତୀୟ ସ୍ଥାନରେ ରହିଛନ୍ତି  । ସେଲେନା ଗେମେଜ ଓ ଡ୍ବାନ ଦ ରକ ଜନସନ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଛନ୍ତି  । ୨.୦୩ ମିଲିଅନ ଫଲୋଅର୍ସ ସହ ସପ୍ତମ ସ୍ତାନରେ ରହିଛନ୍ତି ଭାରତୀୟ କ୍ରିକେଟର ବିରାଟ କୋହଲି  ।

ଶନିବାର ଦିନ ରୋନାଲ୍ଡୋ ଓ ଲିଓନେଲ ମେସି ଏକ ଚେସ ବୋର୍ଡ ସହ ଉଠାଇଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା  । ଏହି ପୋଷ୍ଟକୁ ୩.୬ ମିଲିଅନ ୟୁଜର ଟ୍ବିଟରରେ ଲାଇକ କରିଛନ୍ତି  । ଯାହାକୁ ନେଇ ବିରାଟ କୋହଲି କମେଣ୍ଟ କରିଛନ୍ତି ଯେ ‘ହ୍ବାଟ ଏ ପିକଚର’ (ଚମତ୍କାର ଫଟୋ)  ।

ନିକଟରେ ସୁପରଷ୍ଟାର ରୋନାଲ୍ଡୋ ଏକ ଟିଭି ସାକ୍ଷାତକାରରେ ନିଜ କୋଚ ଏରିକ ଟେନ ହ୍ୟାଗଙ୍କୁ ଟାର୍ଗେଟ କରିଥିଲେ  । ହେଲେ ମଞ୍ଚେଷ୍ଟର ୟୁନାଇଟେଡଙ୍କ ସହ ତାଙ୍କ ବିବାଦ ବିଶ୍ବକପରେ ପର୍ତ୍ତୁଗାଲ ଟିମ ଉପରେ ପ୍ରଭାବ ପକାଇବ ନାହିଁ ବୋଲି କହିଛନ୍ତି ରୋନାଲ୍ଡୋ  ।