ବିଶ୍ବକପରେ ରୋହିତଙ୍କ ନୂଆ କିର୍ତ୍ତୀମାନ

ମୁମ୍ବାଇ: ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ବିଶ୍ବକପରେ ରଚିଛନ୍ତି ନୂଆ ଇତିହାସ । ଓ୍ବେଷ୍ଟଇଣ୍ଡିଜର ଭେଟେରାନ ବ୍ୟାଟ୍ସମ୍ୟାନ କ୍ରିସ୍ ଗେଲଙ୍କ ରେକର୍ଡ ଭାଙ୍ଗିଛନ୍ତି ହିଟମ୍ୟାନ୍ । କ୍ରିସ ଗେଲ ବିଶ୍ବକପରେ ୪୯ ଛକା ମାରିଥିବାବେଳେ ରୋହିତ ଶର୍ମା ୫୧ ଛକା ମାରିଛନ୍ତି । ମୁମ୍ବାଇରେ ଖେଳା ଯାଉଥିବା ସେମିଫାଇନାଲରେ ଏହି କିର୍ତ୍ତୀମାନ ଅର୍ଜନ କରିଛନ୍ତି ରୋହିତ । ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ୪ ଛକା ମାରିଥିବାବେଳେ ୪୭ ରନ କରି ଆଉଟ ହୋଇଛନ୍ତି ରୋହିତ । ସେପଟେ ବିଶ୍ବକପରେ ସର୍ବାର୍ଧିକ ଛାକା ମାରିଥିବା ବ୍ୟାଟ୍ସମ୍ୟାନଙ୍କ ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି ମ୍ୟାକ୍ସଓ୍ବେଲ । ସେ ୪୩ ଛକା ମାରିଛନ୍ତି । ଚଳିତ ବିଶ୍ବକପରେ ସେ ଦମଦାର ଫର୍ମରେ ରହିଛନ୍ତି । ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ତାଙ୍କ ପ୍ରଦର୍ଶନ ବେଶ ଆକର୍ଷଣୀୟ ଥିଲା । ଚତୁର୍ଥ ସ୍ଥାନରେ ରହିଛନ୍ତି ଏବି ଡିଭିଲିୟର୍ସ ।

ସୂଚନା ଥାଉକି, ଚଳିତ ବିଶ୍ବକପରେ ଭାରତ ଅପରାଜେୟ ରହିଥିବାବେଳେ ସେମିରେ ନ୍ୟୁଜିଲାଣ୍ଡକୁ ଭେଟୁଛି । ଭାରତ ବ୍ୟାଟିଂ ଆରମ୍ଭ ଭଲ ଚାଲିଛି । ଦଳ ବିଶାଳ ସ୍କୋର ଅଭିମୁଖେ ଗତି କରୁଛି । ତେବେ ରୋହିତ ଶର୍ମାଙ୍କ ଅଧିନାୟକ ସାଙ୍ଗକୁ ଲଢ଼ୁଆ ବ୍ୟାଟିଂ ଦଳକୁ ଶକ୍ତିଶାଳି କରିଛି । ୫ଶହରୁ ଅଧିକ ସ୍କୋର କରିସାରିଲେଣି ରୋହିତ । ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ପ୍ରଥମରୁ ଦମଦାର ଆରମ୍ଭ କରିଥିଲେ ହିଟମ୍ୟାନ । ପ୍ରଥମ ଓଭରରୁ ପ୍ରହାର ଆରମ୍ଭ କରିଥିବା ରୋହିତ ୪୭ ରନ କରି ଆଉଟ ହୋଇଥିଲେ ।