ଟସ୍ ପଡ଼ୁ ପଡ଼ୁ ରେକର୍ଡ କଲେ ରୋହିତ

ନନ୍ଦିଘୋଷ ବ୍ୟୁରୋ: ରବିବାର ଖେଳାଯାଉଛି ଚମ୍ପିୟନ୍ସ ଟ୍ରଫିର ଫାଇନାଲ ମୁକାବିଲା । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି ନ୍ୟୁଜିଲାଣ୍ଡ । ପ୍ରଥମରୁ ଯଦିଓ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲା ଦଳ । ତଥାପି ଭାରତୀୟ ସ୍ପିନରମାନେ ଖେଳରେ ପୁଣି ପରିବର୍ତ୍ତନ କରିଛନ୍ତି । ତେବେ ବଲ ପଡ଼ିବା ପୂର୍ବରୁ ନୂଆ ରେକର୍ଡ କରିଛନ୍ତି ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା । ଦିନିକିଆରେ ଲଗାତାର ସର୍ବାଧିକ ଥର ଟସ୍ ହାରିଥିବା ଅଧିନାୟକର ରେକର୍ଡ କରିଛନ୍ତି ହିଟମ୍ୟାନ । ରୋହିତ ଲଗାତାର ୧୫ଥର ଟସ୍ ହାରିବାର ରେକର୍ଡ ନିଜ ନାମରେ କରିଛନ୍ତି । ଏହା ପୂର୍ବରୁ ଏହି ରେକର୍ଡ ଓ୍ବେଷ୍ଟଇଣ୍ଡିଜର ପୂର୍ବତନ ଅଧିନାୟକ ବ୍ରାଏନ ଲାରାଙ୍କ ନାମରେ ରହିଥିଲା । ସେ ମଧ୍ୟ ଲଗାତାର ୧୨ଥର ଟସ୍ ହାରିଥିଲ । ଆଉ ଏବେ ରୋହିତଙ୍କ ନାମରେ ଏହି ନୂଆ ରେକର୍ଡ ଯୋଡ଼ି ହୋଇଛି । ୧୯୯୯ରେ ସେ ଲଗାତାର ଟସ୍ ହାରିଥିଲେ ।  ତେବେ ଆଜିର ଏହି ଫାଇନାଲ ମୁକାବିଲାରେ ଉଭୟ ଦଳ ଦମଦାର ଫର୍ମରେ ରହିଥିବାବେଳେ କିଏ ବିଜୟ ହାସଲ କରୁଛି ଏହା ଉପରେ ରହିଛି ସମସ୍ତଙ୍କ ନଜର ।