ଧରାପଡ଼ିଲେ ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍କ, ଲକ୍ଷାଧିକ ଟଙ୍କା, ଗାଡି ଓ ସୁନା ଜବତ

ସମ୍ବଲପୁର : ସମ୍ବଲପୁର ପୋଲିସକୁ ବଡ଼ ସଫଳତା । ଧରାପଡ଼ିଲେ ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗ। ୧୦ ଡକାୟତଙ୍କ ସହ ଲକ୍ଷାଧିକ ଟଙ୍କା, ଗାଡି ଓ ସୁନାକୁ ଜବତ କରିଛି ପୋଲିସ । ଏହି ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ କିଛିଦିନ ଧରି ସମ୍ବଲପୁର ରାଇସ ମିଲରେ ଡକାୟତି କରୁଥିଲେ । ବାରମ୍ବାର ଲୁଟପାତରେ ମିଲ ମାଲିକଙ୍କ ସହ କର୍ମଚାରୀ ଓ ସ୍ଥାନୀୟ ବାସିନ୍ଦା ଭୟଭୀତ ରହୁଥିଲେ । ଗତକାଲି ବିଳମ୍ବିତ ରାତିରେ ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି ସମ୍ବଲପୁର ପୋଲିସ । ମୋଟ ୧୦ ଜଣ ଡକାୟତ ଗିରଫ ହୋଇଥିବା ବେଳେ ୪୮୦ ଗ୍ରାମର ସୁନା ଅଳଙ୍କାର, ୫ ଲକ୍ଷ ଟଙ୍କା, ୧୪ଟି ମୋବାଇଲ, ୫ଟି ବାଇକ୍ ସହ ୨ଟି ବୋଲେରୋ ଓ ଗୋଟିଏ ଟ୍ରାକ୍ଟରକୁ ଜବତ କରିଛି ପୋଲିସ । ଏନେଇ ଅଧିକ ସୂଚନା ଦେଇଛନ୍ତି ସମ୍ବଲପୁର ଏସପି ।