ଲାଲୁ ରିଟଣ୍ଣର୍ସ; RJDର ପ୍ରତିଷ୍ଠା ଦିବସରେ ବିହାରୀବାବୁଙ୍କ ଉଦବୋଧନ

1 min read

ପାଟନା: ବିହାର ରାଜନୀତିରେ ପୁଣି ଲାଲୁଙ୍କ ଏଣ୍ଟ୍ରି । ଦୀର୍ଘଦିନ ଧରି ବିହାର ରାଜନୀତିରୁ ଦୂରରେ ଥିବା ବେଳେ ନିଜ ଦଳ RJDର ପାର୍ଟି ପୋଷ୍ଟରରେ ବି ଲାଲୁପ୍ରସାଦ ଯାଦବଙ୍କ ଫଟୋ ନଥିବା ଦେଖାଯାଇଥିଲା । ହେଲେ ଦଳର ୨୫ ତମ ପ୍ରତିଷ୍ଠା ଦିବସରେ ପୁଣି ଥରେ ସକ୍ରୀୟ ରାଜନୀତିରେ ପାଦ ଦେଇଛନ୍ତି ଲାଲୁ । ପ୍ରତିଷ୍ଠା ଦିବସ ପାଇଁ ଦଳୀୟ କାର୍ଯ୍ୟାଳୟ ଆଗରେ ଲାଗିଥିବା ବ୍ୟାନର ପୋଷ୍ଟରରେ ଲାଲୁଙ୍କ ଫଟୋ ଲଗାଯାଇଚି । ଲାଲୁଙ୍କ ସମେତ ତେଜସ୍ବୀ ଯାଦବ ଓ ରାବଡି ଦେବୀଙ୍କ ଫଟୋ ମଧ୍ୟ ରହିଛି ।

ଚାରା ଘୋଟାଲା କେସରେ ଲାଲୁ ଜାମିନରେ ଆସିଥିବା ବେଳେ ଏବେ ଦିଲ୍ଲୀରେ ଅଛନ୍ତି । ଦଳର ପ୍ରତିଷ୍ଠା ଦିବସରେ ଲାଲୁ ଭର୍ଚୁଆଲରେ କାର୍ଯ୍ୟକ୍ରମ ଉଦଘାଟନ କରିବା ସହ କର୍ମୀଙ୍କୁ ସମ୍ବୋଧିତ କରିଥିଲେ । ଜେଲରୁ ବାହାରିବା ପରେ ମିଡିଆକୁ ପ୍ରଥମ ଥର ଲାଗି ସାକ୍ଷାତକାର ଦେବା ସହ ବିଜେପିକୁ ଟାର୍ଗେଟ କରିଛନ୍ତି । ୨୦୨୪ ସାଧାରଣ ନିର୍ବାଚନରେ କିଏ ହେବ ପ୍ରଧାନମନ୍ତ୍ରୀ ଚେହେରା ? ତା ଉପରେ ମତ ରଖି ଲାଲୁ କହିଛନ୍ତି ଅହଂକାର ଓ ଆତ୍ମପ୍ରଶଂସାଠାରୁ ଅନେକ ଦୂରରେ ରହୁଥିବା ବ୍ୟକ୍ତି ହିଁ ପ୍ରଧାନମନ୍ତ୍ରୀ ଚେହେରା ହେବେ ।

Leave a Reply