ବ୍ରିଟେନ ସଂସଦରେ ଉଠିଲା ମଣିପୁର ଭାଇରାଲ ଭିଡିଓ ପ୍ରସଙ୍ଗ

ନୂଆଦିଲ୍ଲୀ: ମଣିପୁରରେ ଭାଇରାଲ ଭିଡିଓକୁ ଦେଶର ବିଭିନ୍ନ ସ୍ଥାନରେ ପ୍ରତିବାଦ କରାଯାଉଥିବା ବେଳେ ବ୍ରିଟେନର ସଂସଦରେ ଉଠିଛି ଏହି ମାମଲା । ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ମଣିପୁରର ଏହି ସ୍ଥିତି ନେଇ ଅବଗତ କରାଇଛନ୍ତି ତାଙ୍କ ସ୍ବତନ୍ତ୍ର ପ୍ରତିନିଧି ଫିଓନା ବ୍ରୁସ୍ । ମଣିପୁରରେ ତିନି ମାସ ହେଲା ଚାଲିଥିବା ବର୍ବରତାକୁ ନିନ୍ଦା କରିବା ସହ ଲୋକଙ୍କ ପ୍ରତି ହେଉଥିବା ଅତ୍ୟାଚାର ଉପରେ ଆଲୋଚନା କରିଛନ୍ତି । କେବଳ ମେ’ ମାସରେ ଶହ ଶହ ଚର୍ଚ୍ଚ ଧ୍ବଂସ କରାଯାଇଛି । ୧୦୦ରୁ ଅଧିକ ଲୋକଙ୍କୁ ହତ୍ୟା କରାଯାଇଛି । ୫୦ ହଜାରରୁ ଅଧିକ ଲୋକ ନିଜ ଘର ଦ୍ବାର ଛାଡି କ୍ୟାମ୍ପରେ ଆଶ୍ରୟ ନେଉଛନ୍ତି । ସ୍କୁଲଗୁଡ଼ିକ ମଧ୍ୟ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ଏହି ସମୟରେ ବିବିସି ମଣିପୁର ପ୍ରସଙ୍ଗରେ କରିଥିବା ରିପୋର୍ଟିଂ ମଧ୍ୟ ଦେଖାଇଥିଲେ ଫିଓନା । ମଣିପୁରରେ ଧାର୍ମିକ ସ୍ବାଧିନତାକୁ ନେଇ ହୋଇଥିବା ବର୍ବର କାଣ୍ଡରେ ବିଶେଷ ଧ୍ୟାନ ଦେବା ସହ ଏହାର ସମାଧାନ ପାଇଁ ଅନ୍ତରାଷ୍ଟ୍ରୀୟ ଉଦ୍ୟମ ହେବା ଦରକାର ବୋଲି ହାଉସ ଅଫ କମନ୍ସରେ ଆଲୋଚନା ହୋଇଛି ।