spot_img

Latest Posts

ସେୟାର ବଜାର ପାଇଁ ଫେବୃଆରୀ ଆତଙ୍କର ମାସ

ନନ୍ଦିଘୋଷ ବ୍ୟୁରୋ: ସେୟାର ମାର୍କେଟକୁ ନେଇ ବଡ ଭବିଷ୍ୟବଣୀ । ଚଳିତ ମାସ ଫେବୃଆରୀରେ ସେୟାର ମାର୍କେଟ ଇତିହାସରେ ସବୁଠାରୁ ବଡ ହ୍ରାସ ଘଟିପାରେ । ଏହି ଭବିଷ୍ୟବାଣୀ କରିଛନ୍ତି ବିଶ୍ୱ ପ୍ରସିଦ୍ଧ ଏବଂ ବେଷ୍ଟସେଲର ପୁସ୍ତକ ‘ରିଚ୍ ଡ୍ୟାଡ୍ ପୁଅର ଡ୍ୟାଡ୍’ ଲେଖକ ରବର୍ଟ କିୟୋସାକି।

ଯଦି ଆପଣ ସେୟାର ମାର୍କେଟରେ ଟଙ୍କା ନିବେଶ କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ବେଶ୍ ଉପଯୋଗୀ। ବିଶ୍ୱ ପ୍ରସିଦ୍ଧ ଏବଂ ବେଷ୍ଟସେଲର ପୁସ୍ତକ ‘ରିଚ୍ ଡ୍ୟାଡ୍ ପୁଅର ଡ୍ୟାଡ୍’ର ଲେଖକ ବଜାରକୁ ନେଇ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ଆମେରିକୀୟ ବ୍ୟବସାୟୀ ତଥା ବେଷ୍ଟସେଲର ଲେଖକ ରବର୍ଟ କିୟୋସାକି କହିଛନ୍ତି ଯେ, ଏହି ମାସ ଅର୍ଥାତ୍ ଫେବୃଆରୀରେ ଷ୍ଟକ୍ ମାର୍କେଟ ଇତିହାସରେ ସବୁଠାରୁ ବଡ ହ୍ରାସ ଘଟିବ ।

କିୟୋସାକି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ଲେଖିଛନ୍ତି ଯେ, ୨୦୨୧୩ ରେ ମୁଁ ଚେତାବନୀ ଦେଇଥିଲି ଯେ ସେୟାର ବଜେରରେ ସବୁଠାରୁ ବଡଧରଣର ଆତଙ୍କ ଦେଖିବା ପାଇଁ ମିଳିବ । ଏବଂ ସେହି ଆତଙ୍କ ଚଳିତ ମାସ ଫେବୃଆରୀରେ ଘଟିବ ବୋଲି କିୟୋସାକି କହିଛନ୍ତି । ଆହୁରି ମଧ୍ୟ ସେ ଲେଖିଛନ୍ତି ଯେ, ଏଥିରେ ଖୁସି ଖବର ହେଉଛି ଯେ, ଏହି କ୍ରାସ ଯୋଗୁଁ ସବୁକିଛି ଶସ୍ତା ହୋଇଯିବ । କାର ଏବଂ ଘରଗୁଡ଼ିକ ଶସ୍ତା ମୂଲ୍ୟରେ ଉପଲବ୍ଧ ହେବ। ସେ ତାଙ୍କ ପୁସ୍ତକରେ କହିଛନ୍ତି ଯେ, ଲୋକମାନେ କ୍ରିପ୍ଟୋ, ସୁନା ଓ ରୂପା ବିନିଯୋଗ କରିବା ଉଚିତ୍।

ବଜେଟ୍ ପରେ ଆଜି ସେୟାର ବଜାରରେ ବଡ଼ ଧରଣ ହ୍ରାସ ଘଟିଛି । ସୋମବାର ସକାଳୁ ଡାଇନରୁ ଆରମ୍ଭ ହୋଇଛି । ଉଭୟ ନିଫ୍ଟି ଏବଂ ସେନ୍ସେକ୍ସରେ ହ୍ରାସ ଘଟିଛି । ଚୀନ, କାନାଡ଼ା ଏବଂ ମେକ୍ସିକୋ ଉପରେ ଆମେରିକାର ଟ୍ୟାକ୍ସ ବୃଦ୍ଧି ପରେ ସେୟାର ମାର୍କେଟରେ ବଡ଼ ଧରଣର ହଇଚଇ ସୃଷ୍ଟି ହୋଇଛି । ସେନ୍ସେକ୍ସ ୭୦୦ ଅଙ୍କ ହ୍ରାସ ହୋଇ ୭୬, ୮୨୭.୯୫ରେ ପହଞ୍ଚି ଥିବାବେଳେ ନିଫ୍ଟି ୨୦୭.୯୦ ଅଙ୍କର ହ୍ରାସ୍ ହୋଇ ୨୩,୨୭୪.୨୫ ଅଙ୍କରେ ପହଞ୍ଚିଛି । ତେବେ ସୋମବାର ସେୟାର ବଜାର ଖୋଲୁ ଖୋଲୁ ମାର୍କେଟ ଦ୍ରୁତ ଗତିରେ ହ୍ରାସ ହେବା ଆରମ୍ଭ ହୋଇଥିଲା । ସେୟାର ମାର୍କେଟର ପ୍ରମୁଖ ସୂଚକାଙ୍କ ମଧ୍ୟ ଏବେ ହ୍ରାସ ଘଟିଛି । ଏପରିକି ପ୍ରମୁଖ କମ୍ପାନୀମାନଙ୍କର ସେୟାରରେ ମଧ୍ୟ ହ୍ରାସ ଘଟିଛି ।

Latest Posts

Don't Miss