ମଲ୍ଲ ଯୋଦ୍ଧାଙ୍କ ଜମାତି ଟ୍ୱିଟକୁ ନେଇ ବିବାଦ, କହିଲେ ମୁଁ ନୁହେଁ ଜାୟରା ୱାସୀମ୍

1 min read

ନୂଆଦିଲ୍ଲୀ: ଦେଶ ଯୁଝୁଛି ମହାମାର କରୋନା ସହ । ସାମାଜିକ ଗଣମାଧ୍ୟମରେ ଏହାକୁ ନେଇ ଚାଲିଛି ଯୁଦ୍ଧ । କିଛିଦିନ ତଳେ ମଲ୍ଲ ଯୋଦ୍ଧା ବବିତା ଫୋଗତଙ୍କ ଜମାତି ଟ୍ୱିଟକୁ ନେଇ ବିବାଦ ଦେଖା ଦେଇଥିଲା । ଏହାପରେ ତାଙ୍କ ଟ୍ୱିଟର ଆକାଉଣ୍ଟକୁ ବନ୍ଦ କରିବା ପାଇଁ କେତକ ଦାବି କରିଥିଲେ । ଯାହାର ଜବାବ ଏକ ଭିଡିଓ ମାଧ୍ୟମରେ ଦେଇଛନ୍ତି ବବିତା ।

ତାଙ୍କ ଟ୍ୱିଟ୍ ପରେ କିଛିଦିନ ହେଲା ଲୋକ ତାଙ୍କୁ ଧମକ ଦେଉଛନ୍ତି । ମୁଁ କିନ୍ତୁ ଜାୟରା ୱାସୀମ ନୁହେଁ ଯେ ଧମକକୁ ଡରି ଘରେ ବସି ରହିବି ବୋଲି ବବିତା ଭିଡିଓରେ କହିଛନ୍ତି ।

ବବିତାଙ୍କ କହିବା ଅନୁଯାୟୀ ଦେଶରେ ତବିଲିଗି ଜମାତରେ ଯୋଗ ଦେଇଥିବା ଲୋକ କରୋନା ସଂକ୍ରମଣ ବଢ଼ାଇଛନ୍ତି । ଦେଶରେ ସଂକ୍ରମିତ ସଂଖ୍ୟାର ଅଧିକାଂଶ ଆକ୍ରାନ୍ତ ଜମାତ୍ ସହ ଜଡ଼ିତ । ଯଦି ଜମାତିମାନେ କରୋନା ସଂକ୍ରମଣକୁ ବୃଦ୍ଧି କରିନଥାନ୍ତେ ତେବେ, ଲକଡାଉନ୍ ଶେଷ ହୋଇ ସାରନ୍ତାଣି ।

Leave a Reply