କୁଷ୍ଠ ରୋଗରୁ ମୁକ୍ତି ପାଇଥିବା ଲୋକଙ୍କର ପୁନର୍ବାସ, ପିଲାଙ୍କ ପାଠ ପଢା ଖର୍ଚ୍ଚ ପାଇଁ ସ୍କଲାରସିପ୍

CM Naveen

ଭୁବନେଶ୍ୱର: କୁଷ୍ଠ ରୋଗରୁ ମୁକ୍ତି ପାଇଥିବା ଲୋକଙ୍କର ପୁନର୍ବାସ ପାଇଁ ରାଜ୍ୟ ସରକାରଙ୍କ ନିଆରା ପ୍ରୟାସ । ସମ୍ମାନ ସହ ସମାଜରେ ବଞ୍ଚିବା ପାଇଁ ଆରମ୍ଭ କଲେ ନୂଆ ଯୋଜନା । ଆତ୍ମନିର୍ଭରଶୀଳ କରାଇବା ସହ ପିଲାଙ୍କ ପାଠ ପଢା ଖର୍ଚ୍ଚ ପାଇଁ ସ୍କଲାରସିପ୍‌ର ବ୍ୟବସ୍ଥା କଲେ ରାଜ୍ୟ ସରକାର । ଭାରତରେ ପ୍ରଥମ ଥର ପାଇଁ ଓଡିଶା ସରକାର ଆରମ୍ଭ କରିଛନ୍ତି ଏହି ଯୋଜନା । ସେମାନଙ୍କର ଥଇଥାନ ତଥା ଆତ୍ମନିର୍ଭରଶୀଳ ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅଧିନରେ ଆରମ୍ଭ ହୋଇଛି ପୁନର୍ବାସ ଯୋଜନା ।

ପଞ୍ଚମରୁ ଦଶମ ଶ୍ରେଣୀ ଯାଏ ପଢୁଥିବା ପିଲାଙ୍କୁ ମାସକୁ ୮୦୦ ଟଙ୍କା, ଦଶମରୁ ଦ୍ୱାଦଶ ପଢୁଥିଲେ ଏକ ହଜାର, ସ୍ନାତକ ବା ସ୍ନାତକୋତ୍ତର ପଢୁଥିଲେ ୧୫ ଶହ ଓ ବୃତ୍ତିଗତ ପାଠ ପଢୁଥିୁଲେ ମାସକୁ ୨ହଜାର ଟଙ୍କା ପ୍ରୋତ୍ସାହନ ରାଶି ଦେବାକୁ ସ୍ଥିର କରିଛନ୍ତି ସରକାର । ଆତ୍ମନିର୍ଭର କରାଇବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠିକୁ ପ୍ରୋତ୍ସାହନ ରାଶି ବାବଦକୁ ୫୦ ହଜାର ଟଙ୍କାର ବ୍ୟବସ୍ଥା ବି କରାଯାଇଛି । ଏହାସହ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ବି କରିବେ ସରକାର । ରାଜ୍ୟ ସରକାରଙ୍କ ଏହି ନୂଆ ଯୋଜନା ବେଶ ସହାୟକ ହେବ ବୋଲି କହିଛନ୍ତି ହିତାଧିକାରୀ ।

Leave a Reply