୪୯ ବୁଥରେ ଶେଷ ହେଲା ସାନି ମତଦାନ

1 min read

ଭୁବନେଶ୍ୱର: ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ସ୍ଥଗିତ ଥିବା ୪୯ଟି ବୁଥରେ ସରିଲା ସାନି ମତଦାନ । ଯାଜପୁର, ଢେଙ୍କାନାଳ, ପୁରୀ, ଭଦ୍ରକ, ବୌଦ୍ଧ, ବଲାଙ୍ଗୀର, ଜଗତସିଂହପୁର, କେନ୍ଦୁଝର, ମୟୂରଭଞ୍ଜର ୪୯ଟି ବୁଥରେ ସାନି ମତଦାନ ଶେଷ ହୋଇଛି । ସକାଳ ୯ରୁ ଭୋଟିଂ ଆରମ୍ଭ ହୋଥିବାବେଳେ ଅପରାହ୍ନ ୩ଟାରେ ସରିଛି ମତଦାନ । ବିଭିନ୍ନ କାରଣରୁ ବିଶୃଙ୍ଖଳା ହୋଇଥିବାରୁ ପ୍ରଥମ ପର୍ଯ୍ୟାୟରେ ୨୫ଟି ଓ ଦ୍ୱିତୀୟ ପର୍ଯ୍ୟାୟରେ ୨୪ ବୁଥରେ ମତଦାନ ବାଧାପ୍ରାପ୍ତ ହୋଇଥିଲା । ବିଭିନ୍ନ ବୁଥରେ ଅଶାନ୍ତି ଓ ଗଣ୍ଡଗୋଳ ପାଇଁ ନିର୍ବାଚନ ସ୍ଥଗିତ ରହିଥିଲା ।

ରି-ପୋଲିଂ ପରେ ବାଲାଟ ବାକ୍ସକୁ ରଖିବାକୁ ମୁଖ୍ୟ ଷ୍ଟ୍ରଙ୍ଗରୁମ୍ ଖୋଲାଯିବ ନାହିଁ । ଅନ୍ୟ ଏକ ଷ୍ଟ୍ରଙ୍ଗରୁମ୍ କରି ବାଲାଟ ବାକ୍ସକୁ ସୁରକ୍ଷିତ ଭାବରେ ରଖାଯିବ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସେହିପରି ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୩୦ଟି ବୁଥରେ ନିର୍ବାଚନ ସ୍ଥଗିତ ରହିଛି । ତେବେ ତୃତୀୟ ପର୍ଯ୍ୟାୟରେ ଯେଉଁ ବୁଥରେ ନିର୍ବାଚନ ସ୍ଥଗିତ ରହିଛି ସେହି ବୁଥରେ ୨୫ ତାରିଖରେ ସାନି ମତଦାନ ହେବ । ସେପଟେ ଗତକାଲି ରାଜ୍ୟରେ ଶେଷ ହୋଇଛି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟରେ ୭୩ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ତେବେ ଆସନ୍ତାକାଲି ରାଜ୍ୟରେ ଅନୁଷ୍ଠିତ ହେବ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ।

Leave a Reply