spot_img

Latest Posts

ଅଶ୍ୱିନଙ୍କ ପରିବାରର ୧୦ ଜଣ କରୋନା ସଂକ୍ରମିତ

ନୂଆଦିଲ୍ଲୀ: ଭାରତୀୟ ତଥା ଦିଲ୍ଲୀ କ୍ୟାପିଟାଲର ଅଫ ସ୍ପିନର ବିଚନ୍ଦ୍ରନ ଅଶ୍ୱିନ ଗତ ରବିବାର ଦିନ ଆଇପିଏଲ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ସେ କରୋନା ଭଳି କଠିନ ସମୟରେ ନିଜ ପରିବାର ସହ ରହିବାକୁ ଟୁର୍ଣ୍ଣାମେଣ୍ଟ ଅଧାରୁ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ବର୍ତ୍ତମାନ ଅଶ୍ୱିନଙ୍କ ପରିବାର ୧୦ ଜଣ କରୋନାରେ ସଂକ୍ରମି ହୋଇଛନ୍ତି। ଅଶ୍ୱିନଙ୍କ ପତ୍ନୀ ପ୍ରୀତି ନାରାୟଣ ଅଶ୍ୱିନ ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

https://twitter.com/prithinarayanan/status/1388147885993185280?s=20

ପ୍ରୀତି ଲେଖିଛନ୍ତି ଯେ, ‘ଗୋଟିଏ ସପ୍ତାହରେ ପରିବାରର ୬ ଜଣ ବୟସ୍କ ଏବଂ ଚାରି ଜଣ ପିଲା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସମସ୍ତଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ଏହି ଦୁଇ ସପ୍ତାହ ଏକ ଖରାପ୍ ସ୍ୱପ୍ନ ଭଳି ଥିଲା, ତିନିଜଣ ବୟସ୍କଙ୍କ ମଧ୍ୟରୁ ଜଣେ ଘରକୁ ଫେରିଛନ୍ତି।’
ପ୍ରୀତି ଟ୍ୱିଟ୍ କରି ସମସ୍ତଙ୍କୁ ଅପିଲ୍ କରି ଲେଖିଛନ୍ତି, ଟିକା ନିଅନ୍ତୁ। ଏହି ମହାମାରୀରୁ ନିଜକୁ ଏବଂ ନିଜ ପରିବାରକୁ ରକ୍ଷା କରନ୍ତୁ।’

ପ୍ରୀତି ତାଙ୍କ ଟ୍ୱିଟରେ ଆହୁରି ଲେଖିଛନ୍ତି, ମାନସିକ ଭାବେ ସୁସ୍ଥ ରହିବା ଅପେକ୍ଷା ଶାରୀରିକ ଭାବେ ସୁସ୍ଥ ରହିବା ସହଜ। ପଞ୍ଚମରୁ ଅଷ୍ଟମ ଦିନ ସବୁଠାରୁ ଖରାପ ସମୟ ଥିଲା, ସମସ୍ତେ ସାହାଯ୍ୟର ହାତ ବଢ଼ାଇଥିଲେ କିନ୍ତୁ ଆପଣଙ୍କ ସହିତ କେହି ନଥିଲେ। ଏହି ରୋଗ ଆପଣଙ୍କୁ ସଂପୂର୍ଣ୍ଣ ଏକାକୀ କରିଦିଏ।’
ସୂଚନାଯୋଗ୍ୟ, ଅଶ୍ୱିନ୍ ସୋସିଆଲ ମିଡିଆରେ ଟ୍ୱିଟ୍ କରି ଆଇପିଏଲ୍ ଛାଡ଼ିବା ବିଷୟରେ ସୂଚନା ଦେଇଥିଲେ। ସେ ଲେଖିଥିଲେ, ‘ମୁଁ ଆଇପିଏଲ ସିଜିନରୁ ବ୍ରେକ୍ ନେଉଛି, ମୋ ପରିବାର କୋଭିଡ -19 ସହ ସଂଗ୍ରାମ କରୁଛନ୍ତି ଏବଂ ମୁଁ ଏହି କଷ୍ଟ ସମୟରେ ସେମାନଙ୍କ ସହ ରହିବାକୁ ଚାହୁଁଛି। ଯଦି ସବୁ ଠିକ୍ ରହେ, ତେବେ ମୁଁ ଆଇପିଏଲକୁ ପୁଣି ଫେରିବି ବୋଲି ଆଶା କରୁଛି।’

Latest Posts

Don't Miss