spot_img

Latest Posts

ଏସୀୟ କ୍ରୀଡ଼ା କ୍ରିକେଟ ଫାଇନାଲରେ ଭାରତ

ନନ୍ଦିଘୋଷ ବ୍ୟୁରୋ : ଏସୀୟ କ୍ରୀଡ଼ା ୨୦୨୬ରୁ ଆସିଛି ବଡ଼ ଖବର। ଫାଇନାଲରେ ଭାରତ। ହାଇ-ଭୋଲଟେଜ୍ ସେମିଫାଇନାଲ୍ ମୁକାବିଲାରେ ଶ୍ରୀଲଙ୍କାକୁ ଧୂଳି ଚଟାଇଛି ଭାରତ। ଶ୍ରୀଲଙ୍କାକୁ ୧୨୪ ରନ୍‌ର ଏକ ବିଶାଳ ବ୍ୟବଧାନରେ ପରାସ୍ତ କରିଛି ଦଳ। ଫାଇନାଲ୍‌ରେ ପ୍ରବେଶ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ଆରମ୍ଭରୁ ଝୁଣ୍ଟିଥିଲା। ଅଭିଷେକ ଶର୍ମା ୭ ରନ୍, ସଞ୍ଜୁ ସାମସନ ୭, ବୈଭବ ସୂର୍ଯ୍ୟବଂଶୀ ୨୧ ବଲ୍‌ରୁ ୩୮ ରନ୍‌ କରିଥିଲେ। ଇଶାନ କିଶନ ମାତ୍ର ୪୬ଟି ବଲ୍‌ର ସାମ୍ନା କରି ୫ଟି ଚମତ୍କାର ଛକା ଓ ୪ଟି ଚୌକା ସହାୟତାରେ ୮୦ ରନ୍‌ର  ବିସ୍ଫୋରକ ଇନିଂସ ଖେଳିଥିଲେ। ଭାରତୀୟ ଦଳ ୨୦ ଓଭରରେ ୭ ୱିକେଟ୍ ହରାଇ ୧୬୯ ରନ୍‌ କରିଥିଲା। ୧୭୦ ରନ୍‌ର ବିଜୟ ଲକ୍ଷ୍ୟର ପିଛା କରି ଶ୍ରୀଲଙ୍କା ମାତ୍ର ୯.୫ ଓଭରରେ କେବଳ ୪୫ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା।ବୁମରା ୭ ରନ୍ ଦେଇ ୨ଟି, ଅକ୍ଷର ପଟେଲ ୮ ରନ୍ ଦେଇ ୨ଟି ଏବଂ ଅଭିଷେକ ଶର୍ମା ମଧ୍ୟ ମାତ୍ର ୫ଟି ବଲ୍ ବୋଲିଂ କରି ୨ ରନ୍ ଦେଇ ୨ଟି ୱିକେଟ୍ ଅକ୍ତିଆର କରିଥିଲେ। ଏହି  ବିଜୟ ସହ ଭାରତୀୟ ପୁରୁଷ କ୍ରିକେଟ ଦଳ ଏସୀୟ କ୍ରୀଡ଼ାର ଫାଇନାଲ୍‌ରେ ପ୍ରବେଶ କରି ସ୍ୱର୍ଣ୍ଣ ପଦକ ପାଇଁ ଦାବିଦାର ହୋଇଛି। ଫାଇନାଲ୍ ମ୍ୟାଚ୍‌ରେ ଭାରତର ମୁକାବିଲା ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ସହ ହେବ।

Latest Posts

Don't Miss