ବିବାହର ଚାରି ବର୍ଷ ପରେ ଅଲଗା ହେବେ ଦୀପିକା-ରଣବୀର? ଜାଣନ୍ତୁ କ’ଣ କହିଲେ ଅଭିନେତା

ମୁମ୍ବାଇ: ଦୀପିକା ଓ ରଣବୀର ସିଂହଙ୍କ ବିବାହକୁ ୪ ବର୍ଷ ପୁରିଛି । ଏହାରି ଭିତରେ ଗୋଟିଏ ଗୁଜବ ଜୋରଦାର ଢଙ୍ଗରେ ବ୍ୟାପିଥିଲା ଯେ, ଦୀପିକା ଓ ରଣବୀର ଅଲଗା ହେବାକୁ ଯାଉଛନ୍ତି । ତେବେ ଏହି ଗୁଜବକୁ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି ଅଭିନେତା ରଣବୀର ସିଂହ । ସେ ଏଭଳି ଖବରକୁ ଖଣ୍ଡନ କରିଛନ୍ତି । ସୂଚନାଯୋଗ୍ୟ ଯେ, ଗୋଟିଏ ଭାଇରାଲ ଟ୍ୱିଟରୁ ଏହି ଗୁଜବକୁ ବଳ ମିଳିଥିଲା । ଜଣେ ୟୁଜର ରଣବୀର ଓ ଦୀପିକାଙ୍କ ସମ୍ବନ୍ଧକୁ ନେଇ ଟ୍ୱିଟ୍ କରି ସେମାନଙ୍କ ମଧ୍ୟରେ ସବୁକିଛି ଠିକ୍ ନଥିବା କହିଥିଲେ । ପରେ ଏହି ଟ୍ୱିଟ୍ ଭାଇରାଲ ହୋଇଥିଲା । ଯେଉଁଥିପାଇଁ ରଣବୀରଙ୍କୁ ସାମ୍ନାକୁ ଆସି ଉତ୍ତର ଦେବାକୁ ପଡ଼ିଥିଲା ।

ଗୁଜବକୁ ଖଣ୍ଡନ

ରଣବୀର ‘ଫିକ୍କି ଫେମ୍ସ ଫାଷ୍ଟ୍ ଟ୍ରାକ୍ ୨୦୨୨’ ଇଭେଣ୍ଟରେ ଦୀପିକା ଓ ତାଙ୍କ ସମ୍ପର୍କ ଉପରେ ନିଜ ପକ୍ଷ ରଖିଥିଲେ । ଇଭେଣ୍ଟରେ ସାମ୍ବାଦିକ ତାଙ୍କୁ ବ୍ରେକ୍ ଅପ୍ ବାବଦରେ ପ୍ରଶ୍ନ ପଚାରିଥିଲେ । ଉତ୍ତରରେ ସେ କହିଥିଲେ ଯେ, ଆମେ ୨୦୧୨ରେ ଡେଟିଂ କରିଥିଲୁ ।ତେଣୁ ୨୦୨୨କୁ ଆମ ସମ୍ପର୍କକୁ ୧୦ ବର୍ଷ ପୁରୁଛି । ଇଭେଣ୍ଟରେ ରଣବୀରଙ୍କ ଏକ ଭିଡିଓ ଏବେ ଟ୍ରେଣ୍ଡ କରୁଛି । ଯେଉଁଥିରେ ସେ ଦୀପିକାଙ୍କ ସହିତ ତାଙ୍କ ସମ୍ପର୍କ ଅତୁଟ ଥିବା କହୁଛନ୍ତି ।

ରାମଲୀଳା ସେଟରେ ହୋଇଥିଲା ସାକ୍ଷାତ

ଦୀପିକା ଓ ରଣବୀରଙ୍କ ମଧ୍ୟରେ ପ୍ରଥମ ସାକ୍ଷାତ ରାମଲୀଳା ସେଟରେ ହୋଇଥିଲା । ସଂଜୟ ଲୀଲା ଭଂସାଲିଙ୍କ ଏହି ଫିଲ୍ମରେ ଉଭୟ ଲିଡ୍ ରୋଲରେ ଥିଲେ । ଏହାପରେ ୬ ବର୍ଷ ଡେଟିଂ କରିବା ପରେ ଉଭୟ ୨୦୧୮ରେ ବିବାହ କରିଥିଲେ ।