ଫତେଗଡ ଭବ୍ୟ ରାମ ମନ୍ଦିର ପରିଦର୍ଶନ କଲେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ

1 min read

ନୟାଗଡ଼ : ନୟାଗଡ଼ ଜିଲ୍ଲା ଫତେଗଡ ପାହାଡ଼ ଉପରେ ଭବ୍ୟ ରାମ ମନ୍ଦିର ପରିଦର୍ଶନ କଲେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ  । ଗତକାଲି ମନ୍ଦିର ପ୍ରତିଷ୍ଠା ହୋଇଥିବାବେଳେ ଆଜି ମନ୍ଦିରକୁ ଯାଇ ଶ୍ରୀରାମଙ୍କୁ ଦର୍ଶନ କରିଛନ୍ତି ମାନସ  । ମନ୍ଦିର ଚାରିପାଖେ ପରିକ୍ରମା କରି ବେଦଜ୍ଞ ପଣ୍ଡିତଙ୍କଠାରୁ ଆଶିର୍ବାଦ ଗ୍ରହଣ କରିଛନ୍ତି  । ଏହାପରେ ପାର୍ଶ୍ବ ଦେବଦେବୀ ମନ୍ଦିର ବୁଲି ଦର୍ଶନ କରିଥଲେ । ମନ୍ଦିର ପରିଦର୍ଶନର ସୌଭାଗ୍ୟ ପ୍ରାପ୍ତ କରି ସେ ନିଜକୁ ଗୌରବାନ୍ବିତ ମନେ କରିଛନ୍ତି । ମନ୍ଦିରର ସୁନ୍ଦରତା ଦେଖି ସେ ମୁଗ୍ଧ ହୋଇଯାଇଥିଲେ । ଆଗକୁ ଏହି ସ୍ଥାନର ଅଧିକ ବିକାଶ ସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାପାଇଁ ସୁବନ୍ଦୋବସ୍ତ କରିବାକୁ ଅଞ୍ଚଳବାସୀଙ୍କ ସହିତ ଆଲୋଚନା କରିଥିଲେ  ।Ram Mandir Ayodhya Ram temple will be inaugurated in Odisha on January 22 -  India Today

୧୬୦୦ ଫୁଟ ପାହାଡ଼ ଶୀର୍ଷରେ ଆଖି ଲାଖିଗଲା ପରି ଭବ୍ୟ ରାମ ମନ୍ଦିର ନିର୍ମାଣ ହୋଇଛି  । ପାହାଡ କାଟି ଏଠାରେ ମନ୍ଦିର ତିଆରି କରିଛନ୍ତି ଗ୍ରାମବାସୀ l ମନ୍ଦିରରେ ନିଖୁଣ କାରିଗରୀ ସଭିଙ୍କୁ ଆକର୍ଷିତ କରୁଛି । ବଉଳମାଳା ପଥରରେ ମନ୍ଦିର ନିର୍ମାଣ ହୋଇଥିବା ବେଳେ ଏହାର ଉଚ୍ଚତା ୬୫ଫୁଟ ରହିଛି  । ୫ ବର୍ଷ ଧରି ଚାଲିଥିବା ଏହି ମନ୍ଦିରର ନିର୍ମାଣ କାର୍ଯ୍ୟରେ ଦେଢ଼ ଶହରୁ ଉର୍ଦ୍ଧ କାରିଗର ସାମିଲ ଥିଲେ  ।