ପୁଷ୍ପା I Hate Beer: ଭିନ୍ନ ଅନ୍ଦାଜରେ ଟ୍ରାଫିକ୍ ସଚେତନତା

1 min read

ନୂଆଦିଲ୍ଲୀ: ଆଉ ଦିନ କେଇଟା ପରେ ଆସିବାକୁ ଯାଉଛି ନବବର୍ଷ । ଏହା ପୂର୍ବରୁ ବେପରୁଆ ଗାଡି ଚାଳନା ତଥା ମଦ ପିଇ ଗାଡ଼ି ଚାଳନା ନକରିବାକୁ ଲୋକଙ୍କୁ ଭିନ୍ନ ଅନ୍ଦାଜରେ ସଚେତନ କରି ଚର୍ଚ୍ଚାକୁ ଆସିଛି ରାଜସ୍ଥାନ ପୋଲିସ।

ଲୋକଙ୍କୁ ସଚେତନ ପାଇଁ ଫିଲ୍ମର ଲୋକପ୍ରିୟ ଡାଇଲଗ୍ ଗୁଡିକୁ ବ୍ୟବହାର କରିଛନ୍ତି ପୋଲିସ । ପୁଷ୍ପା I Hate Beer,  ଜାନି! ଏ ବଚୋକେ ଖେଲନେ କି ଚିଜ୍ ନେହି ହେ, ବେକାବୁ ହୋ ଯାଏ ତାେ ଆକ୍ସିଡେଣ୍ଟ ହୋ ଜାତା ହେ ଭଳି କିଛି ମଜାଦାର ଟ୍ୱିଟ୍ କରିଛି ରାଜସ୍ଥାନ ପୋଲିସ । ଖାଲି ଏତିକି ନୁହେଁ ”ଚଳିତ ନବବର୍ଷରେ ବାଇକ୍ ହେଉ କିମ୍ବା କାର୍, ସ୍ପିଡକୁ କଣ୍ଟ୍ରୋଲ୍ କରନ୍ତୁ” ବୋଲି ଟ୍ୱିଟ୍ ମଧ୍ୟ କରାଯାଇଛି ।

‘ପୁଷ୍ପା, ଆଇ ହେଟ୍ ବିଅର୍!’-

ରାଜେଶ ଖନ୍ନାଙ୍କ ଲୋକପ୍ରିୟ ଡାଏଲଗ୍ ‘ପୁଷ୍ପା ଆଇ ହେଟ୍ ଟିଅର୍ସ’କୁ ବଦଳାଇ ରାଜସ୍ଥାନ ପୋଲିସ ‘ପୁଷ୍ପା ଆଇ ହେଟ୍ ବିଅର’ ବୋଲି ଟ୍ୱିଟ୍ କରିଛି । ଯେଉଁଥିରେ ପୋଲିସ ପକ୍ଷରୁ ମଦ ପିଇ ଗାଡି ନଚଳାଇବାକୁ ସୂଚନା ଦିଆଯାଇଛି।

ରାଜସ୍ଥାନ ପୋଲିସର ଏଭଳି ଅଭିନବ ଅନ୍ଦାଜକୁ ସୋସିଆଲ୍ ମିଡିଆରେ ଖୁବ୍ ପସନ୍ଦ କରିଛନ୍ତି ୟୁଜର୍ସ ।

Leave a Reply