ବର୍ଷା ଦିନ ଡାଏଟ୍ ଚାର୍ଟ, ଏହିସବୁ ଖାଦ୍ୟ ଖାଇଲେ ପାଖ ମାଡିବନି ରୋଗ
ଭୁବନେଶ୍ବର: ଆରମ୍ଭ ହୋଇଗଲାଣି ବର୍ଷା ଦିନ । ଏହା ସହ ଆରମ୍ଭ ହୋଇଯାଇଛି ସର୍ଦ୍ଦି, କାଶ, କଫ, ଛିଙ୍କ । କରୋନା ସଂକ୍ରମଣ ବି ଦିନକୁ ଦିନ ବଢ଼ୁଥିବା ଦେଖାଯାଉଛି । ଏହି ଋତୁରେ ଅଧିକ ରୋଗ ହେଉଥିବାରୁ ଖାଦ୍ୟ ପାନୀୟ ପ୍ରତି ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ବି ରହିଛି । କିଛିଟା ଖାଦ୍ୟ ଅଛି ଯାହାକୁ ବର୍ଷା ଦିନେ ଡାଏଟରେ ସାମିଲ କଲେ ଆମେ ରୋଗରୁ ଦୂରେଇ ରହି ପାରିବା । ତେବେ ଜାଣନ୍ତୁ ଖାଦ୍ୟ ଗୁଡ଼ିକ କ’ଣ?
ଅଦା
ବର୍ଷା ଦିନେ ଅଦା ନାଁ ଶୁଣିଲେ ଆମ ମନକୁ ଆସେ ଅଦା ପଡ଼ିଥିବା ଚା’ । ଏହା ବର୍ଷା ଦିନେ ଖୁବ୍ ଲାଭ ଦାୟକ ହୋଇଥାଏ । ଅଦା ଆମ ଶରୀରକୁ ଗରମ ରଖିଥାଏ । ବର୍ଷା ଦିନେ ହେଉଥିବା ଥଣ୍ଡା କାଶ, କଫକୁ ପାଖ ମାଡ଼ିବାକୁ ଦେଇ ନଥାଏ । ଏହା ଛଡ଼ା ଏଥିରେ ଥିବା ପୋଷକ ତତ୍ବ ଆମ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ବର୍ଷା ଦିନେ ଆପଣ ଅଦା ଚା’ ପିଅନ୍ତୁ ନ ହେଲେ ପ୍ରତିଦିନ ସକାଳେ ଅଦା ରସ ସହ ମହୁ ମିଶାଇ ଖାଇଲେ ଥଣ୍ଡା ପାଖ ମାଡ଼ି ନଥାଏ ।
ଗୁଡ଼
ଗୁଡ଼ରେ ଆଣ୍ଟି ଅକ୍ସିଡାଣ୍ଟ ଭରପୁର ମାତ୍ରାରେ ରହିଥାଏ । ଏଥିରେ ଆଇରନ୍ ଜିଙ୍କ ବି ରହିଥାଏ । ଏହା ଆମ ଶରୀରରେ ଇମ୍ୟୁନିଟି ବି ବଢ଼ାଇଥାଏ । ପ୍ରତିଦିନ ଗୁଡ଼ ଖାଇବା ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ବର୍ଷା ଦିନେ ହେଉଥିବା ଇନଫେକସନକୁ ବି ଏହା ହେବାକୁ ଦେଇନ ଥାଏ । ଯେଉଁମାନଙ୍କର ଖାଦ୍ୟ ହଜମ ହୋଇ ନଥାଏ ସେମାନେ ପ୍ରତିଦିନ ଗୁଡ଼ ଖାଇବା ଦରକାର।
ପିସ୍ତା ବାଦାମ
ବର୍ଷା ଦିନେ ଚିନା ବାଦାମ, କାଜୁ, ପିସ୍ତା ବାଦାମ ଖାଇବା ବହୁତ ଭଲ ହୋଇଥାଏ । ଏଥିରେ ବହୁତ ପ୍ରକାର ଭିଟାମିନ୍ ରହିଥାଏ । ଯାହା ବର୍ଷା ଦିନେ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଏହା ଖାଇବା ଦ୍ବାରା ଶରୀର ଅଧିକ ସମୟ କାମ କରିବାରେ ସକ୍ଷମ ହୋଇଥାଏ । ଏହା ସହଜରେ ଥକାପଣ ଅନୁଭବ କରିବାକୁ ଦେଇ ନ ଥାଏ । କିନ୍ତୁ ଆପଣ ଧ୍ୟନ ରଖିବେ ବାଦାମ ଜାତୀୟ ଖାଦ୍ୟ ଖାଇଲା ପରେ ପାଣି ପିଇବେ ନାହିଁ ।
କନ୍ଦମୂଳ
ବର୍ଷା ଦିନେ କନ୍ଦମୂଳ ଖାଇବା ଶରୀର ପାଇଁ ଖୁବ୍ ଭଲ ହୋଇଥାଏ । ଏଥିରେ ଭିଟାମିନ୍ ଏ , ସି, ବି, ଫାଇବର୍ ସହ ଭରପୁର ମାତ୍ରାରେ ଆଣ୍ଟି ଅକ୍ସିଡାଣ୍ଟ ବି ରହିଥାଏ । ଆପଣ ବର୍ଷା ଦିନେ ଆଳୁ ଯାଗାରେ କନ୍ଦମୂଳ ବି ଖାଇ ପାରିବେ । ଏହାକୁ ବର୍ଷା ଦିନ ଡାଏଟରେ ଯୋଡନ୍ତୁ । ଶରୀରକୁ ବହୁତ ଲାଭ ମିଳିବ ।
ହଳଦୀ
ହଳଦୀର ଉପକାରୀତା ତ ଆମେ ସମସ୍ତେ ଜାଣିଛୁ । ଏହା ଆମ ରୋଷେଇ ଘରେ ସବୁବେଳେ ଥାଏ । ଏଥିରେ ଆଣ୍ଟି ଅକ୍ଦିଡେଣ୍ଟ ଭରପୁର ମାତ୍ରାରେ ରହିଥାଏ । ଏହା ଆମ ଶରୀରରେ ଇମ୍ୟୁନିଟିକୁ ବି ବଢ଼ାଇଥାଏ । ବର୍ଷା ଦିନେ ଆପଣ କ୍ଷୀରରେ ହଳଦୀ ମିଶାଇ ପିଅନ୍ତୁ, ଶରୀରରୁ ଅଧା ରୋଗ ଭଲ ହୋଇଯିବ । ଏହା ସହ ତ୍ବଚାରେ ଏହି କ୍ଷୀର ଚମକ ବି ଆଣିବ ।
ଘିଅ
ଘିଅରେ ଗୋଟିଏ ନୂହେଁ ଅନେକ ପ୍ରକାର ଫାଇଦା ରହିଥାଏ । ଏହା ଇମ୍ୟୁନିଟି ବଢ଼ାଇଥାଏ । ବଡିକୁ ଗରମ ରଖିଥାଏ । ମେମୋରୀ ପାଓ୍ବାର ବଢ଼ାଇଥାଏ । ବର୍ଷା ଦିନେ ଘିଅ ଖାଇବାର ଅଭ୍ୟାସ କରନ୍ତୁ। ଏହା ଆପଣଙ୍କୁ ସୁସ୍ଥ ରଖିବ । ଏହା ଛଡ଼ା ଆମ ସ୍କିନକୁ ଡ୍ରାଏ ହେବାକୁ ବି ଦେବନାହିଁ ।
ଏଠାରେ ଆପଣ ଗୋଟିଏ କଥା ଧ୍ୟନ ରଖନ୍ତୁ ଶରୀର ପାଇଁ ଭଲ ବୋଲି ଏହାକୁ ଅତି ମାତ୍ରାରେ ଖାଇବେ ନାହିଁ । ଏହା ଆପଣଙ୍କ ଶରୀରପାଇଁ କ୍ଷତିକାରକ ବି ହୋଇପାରେ ।