ରାଇମୋହନଙ୍କ ମୃତ୍ୟୁକୁ ନେଇ ବଢ଼ିଲା ସନ୍ଦେହ; ପୂର୍ବରୁ ବେକରେ ରହିଛି ଆଘାତ

ଭୁବନେଶ୍ୱର: ଅଭିନେତା ରାଇମୋହନ ପରିଡ଼ା ସୁଇସାଇଡ ମାମଲା । ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ଖୋଲିଲା ସାଂଘାତିକ ତଥ୍ୟ । ଶ୍ୱାସରୁଦ୍ଧରୁ ତାଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି । ହାଙ୍ଗିଂ ଯୋଗୁ ଶ୍ୱାସରୁଦ୍ଧ ହୋଇ ରାଇମୋହନଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ବେକରେ ପୂର୍ବରୁ ଏକ ଆଘାତ ରହିଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ଅଛି । ତେବେ ରାଇମୋହନଙ୍କ ବେକରେ କିପରି ଆସିଲା ଏହି ଦାଗ । ହତ୍ୟା ନା ଆତ୍ମହତ୍ୟା । ଆହୁରି ବଢ଼ିଲା ସସପେନ୍ସ । ଏହି ରିପୋର୍ଟକୁ ପୋଲିସକୁ ହସ୍ତାନ୍ତର କରାଯାଇଥିବା କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି । ତେବେ ରାଇମୋହନଙ୍କ ଭିସେରା ରିପୋର୍ଟ ଫରେନ୍ସିକ ଲ୍ୟାବ୍‌କୁ ଯାଇଛି ।

ସୂଚନା ଯୋଗ୍ୟ ଯେ, ବରିଷ୍ଠ ଅଭିନେତା ରାଇମୋହନ ପରିଡ଼ାଙ୍କ ଆତ୍ମହତ୍ୟା ମାମଲାରେ ୟୁଡ଼ି କେସ ରୁଜୁ କରି ତଦନ୍ତ କରୁଛି ପୋଲିସ । ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ଜଣାପଡ଼ିଛି । ଏହି ମାମଲାରେ ପରିବାର ଲୋକଙ୍କୁ ମଧ୍ୟ ପଚରାଉଚରା କରାଯାଇଛି । ସିଡିଆର ଯାଞ୍ଚ ଚାଲିଛି, କାହା ସହ କଥା ହୋଇଛନ୍ତି ତାହା ଜଣାପଡ଼ିବ । ତେବେ ଆତ୍ମହତ୍ୟା ପୂର୍ବରୁ ପତ୍ନୀ ଓ ଦୁଇ ଝିଅକୁ ବାଏ ମେସେଜ ଲେଖିଥିଲେ ରାଇମୋହନ । ରାଇମୋହନ ଆତ୍ମହତ୍ୟା ମାମଲାରେ ପଡ଼ୋଶୀଙ୍କୁ ମଧ୍ୟ ପଚରାଉଚରା କରିବ ପୋଲିସ ।

ଏଥିସହିତ ପଢ଼ନ୍ତୁ: ରାଇମୋହନଙ୍କ ଆତ୍ମହତ୍ୟା ମାମଲା: ୟୁଡି କେସ୍ ରୁଜୁ କରି ତଦନ୍ତ କରୁଛି ପୋଲିସ୍