ଭିଜିଲାନ୍ସ ଜାଲରେ ଜଳସମ୍ପଦ ବିଭାଗର ନିର୍ବାହୀ ଯନ୍ତ୍ରୀ

1 min read

ବାଲେଶ୍ୱର ଭିଜିଲାନ୍ସ ବିଭାଗ ପକ୍ଷରୁ ଆଜି ଆୟବର୍ହିବୁତ ସମ୍ପତ୍ତି ଠୁଳ ଅଭିଯୋଗରେ  ଭୁବନେଶ୍ୱରରେ କାର୍ଯ୍ୟରତ ଜଳସମ୍ପଦ ବିଭାଗର କାର୍ଯ୍ୟନିର୍ବାହୀ  ଯନ୍ତ୍ରୀ ତଥା ଡେପୁଟି ଡାଇରେକ୍ଟର ଫିଲ୍ଡି ଏଷ୍ଟାବ୍ଲିଶମେଣ୍ଟ, ୱାଟର ରିସର୍ଚ ଡିପାଟମେଣ୍ଟର ଅଧିକାରୀ ସର୍ବେଶ୍ୱର ସେନାପତିଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି ।

ବାଲେଶ୍ୱର ଭିଜିଲାନ୍ସ ଏସପି ସୁନିଲ କୁମାର ସେନାପତିଙ୍କ ନିର୍ଦ୍ଦେଶ କ୍ରମେ ବାରିପଦା ଭିଜିଲାନ୍ସର ଡିଏସପି ଶରତ ମହାପାତ୍ରଙ୍କ ନେତୃତ୍ୱରେ ଏକ ସଙ୍ଗରେ ୬ଟି ସ୍ଥାନରେ ଚଢାଉ କରାଯାଇଛି । ଭିଜିଲାନ୍ସ ବିଭାଗ ପକ୍ଷରୁ ଯନ୍ତ୍ରୀ ସେନାପତିଙ୍କୁ ଭୁବନେଶ୍ୱର କାର୍ଯ୍ୟାଳୟ ସମେତ ପିପୁଲସ୍ ଗାଡେନ ଆପାର୍ଟମେଣ୍ଟରେ ଥିବା ଘର, ପ୍ରେମଲତା ଆପାର୍ଟମେଣ୍ଟରେ ଥିବା ଘର ସମେତ ବାଲେଶ୍ୱର ରେମୁଣା ବ୍ଲକ ବାହାର୍ଦା ସ୍ଥିତ ପୈତୃକ ବାସଭବନ, ରାଣିପାଟଣା ସ୍ଥିତ ଶ୍ୱଶୁର ଘର, ଭାଷ୍କରଗଞ୍ଜ ସ୍ଥିତ ତାଙ୍କ ଘରେ ଏହି ଚଢାଉ କରାଯାଇ ବହୁ ଗୁରୁତ୍ୱପୁର୍ଣ୍ଣ କାଗଜ ଜବତ କରାଯାଇଛି  । ଏହି ଚଢାଉ ବେଳେ ସ୍ଥାବର ଓ ଅସ୍ଥାବର ସଂପତ୍ତିର ଅକଳନ କରୁଛନ୍ତି ଭିଜିଲାନ୍ସ ଅଧିକାରୀ ।

')}

[DISPLAY_ULTIMATE_SOCIAL_ICONS]
Opn Commnet Area

Leave a Reply

Your email address will not be published.