ପୁରୁଣା ଭିଡିଓ ଶେୟାର କରି ମୋଦି ସରକାରଙ୍କୁ ଟାର୍ଗେଟ କଲେ ରାହୁଲ

1 min read
Rahul Gandhi's attack came after the RBI listed the top 50 wilful defaulters

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ପକ୍ଷରୁ ୫୦ ସବୁଠାରୁ ବଡ଼ ବ୍ୟାଙ୍କ ଋଣ ଖିଲାପକାରୀଙ୍କ ତାଲିକା ପ୍ରକାଶ ପରେ ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ରାହୁଲ ଗାନ୍ଧି । କଂଗ୍ରେସର ପୂର୍ବତନ ସଭାପତି ତଥା ସାଂସଦ ରାହୁଲ ଗାନ୍ଧୀ ନିଜ ଟ୍ୱିଟ୍‌ ଜରିଆରେ ପୁଣି ମୋଦି ସରକାର ଉପରେ ଆକ୍ରମଣ କରିଛନ୍ତି । ରାହୁଲ ନିଜ ଟ୍ୱିଟ୍‌ ଜରିଆରେ କହିଛନ୍ତି ଯେ, ସେ ପୂର୍ବରୁ ସଂସଦରେ ବ୍ୟାଙ୍କ ଋଣ ଖିଲାପକାରୀଙ୍କ ନାଁ ଘୋଷଣା କରିବାକୁ ଦାବି କରିଥିଲେ । କିନ୍ତୁ ତାଙ୍କ କଥାକୁ ଚାପି ଦିଆଯାଇଥିଲା । ଆଉ ତଥ୍ୟ ଦେବାକୁ ମନା କରାଯାଇଥିଲା । କାରଣ ସେଥିରେ ବିଜେପିର ଅନେକ ବନ୍ଧୁଙ୍କ ନାଁ ସାମିଲ ଥିଲା । ତେଣୁ ସରକାର ସେତେବେଳେ ବ୍ୟାଙ୍କ ଋଣ ଖିଲାପକାରୀଙ୍କ ନାଁ ଘୋଷଣା କରିନଥିଲେ ।

ଏବେ ଆର୍‌ବିଆଇ ପକ୍ଷରୁ ପ୍ରମୁଖ ବ୍ୟଙ୍କ ଋଣ ଖିଲାପକାରୀଙ୍କ ତାଲିକା ପ୍ରକାଶ ପାଇବା ପରେ ଏହା ସ୍ପଷ୍ଟ ହୋଇଯାଇଛି ଯେ, କାହିଁକି ସରକାର ସେତେବେଳେ ଋଣ ଖିଲାପକାରୀଙ୍କ ନାଁ ଘୋଷଣା କରିନଥିଲେ । କାରଣ ତାଲିକାରେ ନୀରବ ମୋଦୀ, ମେହୁଲ ଚୋକସିଙ୍କ ସମେତ ଅନେକ ବିଜେପି ବନ୍ଧୁଙ୍କ ନାମ ରହିଛି ବୋଲି ରାହୁଲ କହିଛନ୍ତି ।

ସୂଚନାଥାଉକି, ଗତ ମାର୍ଚ୍ଚରେ ବଜେଟ୍ ଅଧିବେଶନରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଲୋକସଭାରେ ବ୍ୟାଙ୍କିଂ ଠକେଇ ପ୍ରସଙ୍ଗ ଉଠାଇଥିଲେ । ସେ ଦେଶର ପ୍ରାୟ ୫୦ ପ୍ରମୁଖ ବ୍ୟାଙ୍କ ଖିଲାପକାରୀ କିଏ ବୋଲି ପ୍ରଶ୍ନ କରି ସରକାରଙ୍କୁ ତଥ୍ୟ ମାଗିଥିଲେ । କିନ୍ତୁ ସେତେବେଳେ ସରକାରଙ୍କ ପକ୍ଷରୁ କୌଣସି ତଥ୍ୟ ସାମ୍ନାକୁ ଆସିନଥିଲା ।

Leave a Reply