ରାଜଧାନୀକୁ ଫେରୁଛି ରାହାଗିରି, ଶୀତୁଆ ସକାଳରେ ମନୋରଞ୍ଜନ କରିବ ଭୁବନେଶ୍ବର

1 min read

ଭୁବନେଶ୍ବର: ଖୁବଶୀଘ୍ର ଭୁବନେଶ୍ବରରେ ଆୟୋଜିତ ହେବ ରାହାଗିରି ଓ ସିଟି ଫେଷ୍ଟ ଭଳି ମନୋରଞ୍ଜନ ଭିତ୍ତିକ ସାଂସ୍କୃତିକ କାର୍ଯ୍ୟକ୍ରମ । ଏନେଇ ବିଏମସି କର୍ପୋରେସନ ବୈଠକରେ ବିଧିବଦ୍ଧ ଆଲୋଚନା କରାଯିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି ।

ଆଗକୁ ବିଶ୍ବକପ ହକି ଥିବାରୁ ଏଥିପାଇଁ ମଧ୍ୟ ସହରର ପରିମଳ ଓ ସୌନ୍ଦର୍ଯ୍ୟକରଣ ଉପରେ ଗୁରୁତ୍ୱ ଦିଆଯାଉଛି । ମୁଖ୍ୟତଃ ରାସ୍ତା ମଝିର ମେଡିଆନ, ରାସ୍ତାର ଉଭୟ ପାର୍ଶ୍ବର ପ୍ରାଚୀରର ସୌନ୍ଦର୍ଯ୍ୟକରଣ ଉପରେ ଧ୍ୟାନ ଦିଆଯାଉଛି । ସବୁ ପ୍ରାଚୀରକୁ ରଙ୍ଗୀନ କରାଯିବା ନେଇ ରାଜଧାନୀବାସୀଙ୍କ ମତାମତ ସଂଗ୍ରହ କରାଯାଉଛି । ରାସ୍ତାର ଉଭୟ ପାର୍ଶ୍ବର କାନ୍ଥକୁ ଚିତ୍ରିତ କରିବାକୁ ଅଭିଜ୍ଞ ତଥା କୁଶଳୀ ଚିତ୍ରଶିଳ୍ପୀଙ୍କୁ ନିୟୋଜିତ କରାଯାଇଛି ।

ସେହିଭଳି ବିଶ୍ବକପ ସମୟରେ ଲୋକଙ୍କ ଭିଡ଼ ସମ୍ଭାବନା ଥିବାରୁ ପରିମଳ ବ୍ୟବସ୍ଥା ପାଇଁ ଅଧିକ ସଂଖ୍ୟାରେ ଇ- ଟଏଲେଟ ଓ ପବ୍ଲିକ ଟଏଲେଟ ନିର୍ମାଣ ଓ ମରାମତି କରାଯାଉଛି ।