Tokyo Olympics 2020: ବ୍ରୋଞ୍ଜ ପାଇଁ ଆଜି ଲଢ଼ିବେ ସିନ୍ଧୁ

ଟୋକିଓ: ଆଜି ଅଲିମ୍ପିକ୍ସରେ ଦଶମ ଦିନରେ ବିଭିନ୍ନ ଇଭେଣ୍ଟରେ ଭାରତୀୟ ଖେଳାଳି ଦେଶ ପାଇଁ ପ୍ରତିନିଧିତ୍ୱ କରିବେ । ସକାଳ 9.36ରେ ବକ୍ସିଙ୍ଗ କ୍ୱାର୍ଟର ଫାଇନାଲ ଖେଳାଯିବ । ଭାରତୀୟ ବକ୍ସର ସତୀଶ କୁମାର ଓ ଉଜବେକିସ୍ଥାନର ଜେ ବାଖୋଧିରଙ୍କ ମଧ୍ୟରେ ଏହି ମ୍ୟାଚ ଖେଳାଯିବ । ତାଙ୍କ ଠାରୁ ପଦକ ଆଶା କରାଯାଉଛି । ସେହିପରି ଭାରତୀୟ ଷ୍ଟାର ବ୍ୟାଡ଼ମିଣ୍ଟନ ଖେଳାଳି ପିଭି ସିନ୍ଧୁ ବ୍ରୋଞ୍ଜ ପଦକ ପାଇଁ ସଂଧ୍ୟା 5ଟାରେ ଚୀନର ହେ ବିଙ୍ଗ ଜିଆଓଙ୍କୁ ଭେଟିବେ । ଏହା ବ୍ୟତୀତ ସଂଧ୍ୟା 5ଟା 30 ରେ ଭାରତୀୟ ପୁରୁଷ ହକି ଟିମ କ୍ୱାର୍ଟର ଫାଇନଲରେ ଗ୍ରେଟ ବ୍ରିଟେନକୁ ଭେଟିବ । ଏହି ମ୍ୟାଚ ଭାରତ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଏହି ମ୍ୟାଚ ଜିତିଲେ ଭାରତ ଆଉ ଏକ ପଦକ ନିକଟତର ହେବ ।

ଏଥିସହିତ ପଢ଼ନ୍ତୁ: ଜାତିସଂଘ ନିରାପତ୍ତା ପରିଷଦର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇବ ଭାରତ

Leave a Reply