ରୁଷ୍-ୟୁକ୍ରେନ ଯୁଦ୍ଧକୁ ନେଇ ପୁଟିନ ସମର୍ଥକଙ୍କ ଭବିଷ୍ୟବାଣୀ, ଏହିଦିନ ଶେଷ ହେବ ଯୁଦ୍ଧ..

ମସ୍କୋ: ଏକ ବର୍ଷରୁ ଅଧିକ ସମୟ ହେବ ରୁଷ୍ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି । କେହି କାହାଠାରୁ କମ୍ ନୁହଁନ୍ତି । ୟୁକ୍ରେନ ଛୋଟିଆ ଦେଶଟିଏ ହେଲେ ମଧ୍ୟ ନାଟୋ ଓ ଆମେରିକାଠୁ ସମର୍ଥନ ନେଇ ରୁଷ୍ କୁ କଡ଼ା ଜବାବ ଦେଉଛି । ଯେଉଁ ଆଶଙ୍କା କରାଯାଉଥିଲା ଯେ ରୁଷ୍ ଆଗରେ ବେଶି ଦିନ ୟୁକ୍ରେନ ତିଷ୍ଟି ପାରିବନି ତାହା ସମ୍ପୂର୍ଣ୍ଣ ଭାବେ ଭୁଲ୍ ପ୍ରମାଣିତ ହୋଇଛି । ଏକ ବର୍ଷରୁ ଅଧିକ ସମୟ ହୋଇଯାଇଥିଲେ ମଧ୍ୟ ଯୁଦ୍ଧ ସରିବାର କୌଣସି ଆଭାସ ମିଳୁନାହିଁ ।  ତେବେ ଏହାରି ମଧ୍ୟରେ ଯୁଦ୍ଧକୁ ନେଇ ବଡ଼ ଭବିଷ୍ୟବାଣୀ ହୋଇଛି । ପୁଟିନ ସମର୍ଥକ ଭବିଷ୍ୟବକ୍ତା ଆଶ୍ଚର୍ଯ୍ୟଚକିତ କଲା ଭଳି ଭବିଷ୍ୟବାଣୀ କରିଛନ୍ତି ।

ସେ ନିଜ ଭବିଷ୍ୟବାଣୀରେ କହିଛନ୍ତି ୟୁକ୍ରେନରେ ରୁଷ୍ ସେନା ନିଜ ସମ୍ପୂର୍ଣ୍ଣ ଶକ୍ତି ପ୍ରଦର୍ଶନ କରିବ ଏବଂ ଖୁବଶୀଘ୍ର ବିଜୟ ହାସଲ କରିବ । ଭବିଷ୍ୟବକ୍ତା ଏଲିସିୟା ଆର୍ଟିମୟେବାଙ୍କ କହିବା ଅନୁଯାୟୀ ୟୁକ୍ରେନୀ ସଂଘର୍ଷ ଶେଷ ପର୍ଯ୍ୟାୟ ଆଡ଼କୁ ବଢ଼ୁଛି । ରୁଷ୍ ସେନା ଏବେ ଆଗକୁ ବଢ଼ିବା ପାଇଁ ପ୍ରସ୍ତୁତ ଅଛନ୍ତି । ଏଥିସହିତ ସେ କହିଛନ୍ତି ଆଗାମୀ ତିନି ସପ୍ତାହ ମଧ୍ୟରେ ୟୁକ୍ରେନର ସମର୍ଥନ କରୁଥିବା ପାଶ୍ଚାତ୍ୟ ଦେଶଗୁଡ଼ିକର ହୋସ୍ ଉଡ଼ିଯିବ । ଏଥିରୁ ଏହା ସ୍ପଷ୍ଟ ଯେ ସେ କହିବାକୁ ଚାହୁଁଛନ୍ତି ଯେ ରୁଷ୍ ବିଜୟୀ ହେବ ।

ଏପ୍ରିଲ ମଧ୍ୟଭାଗ ସୁଦ୍ଧା ୟୁକ୍ରେନ ହୃଦୟଙ୍ଗମ କରିବ ଯେ ସେ ରୁଷ୍ ଠାରୁ ପରାଜିତ ହେଉଛି ଏବଂ ରୁଷ୍ ସେନା ସହ ଲଢିବା ପାଇଁ ତା ପାଖରେ ଆଉ କିଛି ବିକଳ୍ପ ନାହିଁ । ଧୀରେ ଧୀରେ ୟୁକ୍ରେନ ସେନାର  ଶକ୍ତି ଏବଂ ଜୋସ୍ ଶେଷ ହୋଇଯିବ । ପରିଶେଷରେ ୟୁକ୍ରେନ ରୁଷ୍ ଆଗରେ ଆତ୍ମସମର୍ପଣ କରିବ ।  ଅନ୍ୟ ଏକ ମିଡିଆ ରିପୋର୍ଟ ଅନୁଯାୟୀ, ଏପ୍ରିଲ ମଧ୍ୟରେ ୟୁକ୍ରେନର ଅନେକ ଅଞ୍ଚଳରେ ରୁଷର ଆଧିପତ୍ୟ ରହିବ । ସମ୍ପୂର୍ଣ୍ଣ ସଂଘର୍ଷ ଏବେ ସମାଧାନ ଆଡକୁ ବଢ଼ୁଛି । ତେବେ ଏହି ଭବିଷ୍ୟବାଣୀ ସେଇ ସମୟରେ ଆସିଛି ଯେବେ ପାଶ୍ଚାତ୍ୟ ଦେଶଗୁଡ଼ିକୁ ରୁଷ୍ ରାଷ୍ଟ୍ରପତି ପରମାଣୁ ଅସ୍ତ୍ରର ଭୟ ଦେଖାଇ ୟୁକ୍ରେନକୁ ସମର୍ଥନ ନଦେବାକୁ ଚେତାବନୀ ଦେଇଛନ୍ତି । ତେବେ ଏହି ଭବିଷ୍ୟବାଣୀ କେତେଦୂର ସତ ହେବ ତାହା ଆଉ ଗୋଟେ ମାସ ଭିତରେ ସ୍ପଷ୍ଟ ହୋଇଯିବ ।