ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ପାରିତ ହୋଇପାରେ

1 min read

ପୁରୀ: ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଦିନ ୧୧ଟାରେ ନୀଳାଦ୍ରି ଭକ୍ତ ନିବାସରେ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବକାୁ ଥିବା ବେଳେ ପାରିତ ହୋଇପାରେ ୨୦୨୨-୨୩ ବର୍ଷ ପାଇଁ ଶ୍ରୀମନ୍ଦିରର ପୂର୍ଣ୍ଣାଙ୍ଗ ବଜେଟ୍ । ଏହାସହିତ ସେବାୟତ ବିଦ୍ୟାର୍ଥୀଙ୍କ ପାଇଁ ପ୍ରସ୍ତାବିତ ଗୁରୁକୂଳ ଆଶ୍ରମ ସ୍କୁଲ ନିର୍ମାଣ ସମ୍ପର୍କିତ ଏମଓୟୁ ଅନୁମୋଦନ ଓ ସେବାୟତଙ୍କ ପାଇଁ ବାସଗୃହ ଯୋଜନା ସମ୍ପର୍କରେ ଆଲୋଚନା ହେବ। ଗତ ପରିଚାଳନା ବୈଠକରେ ଶ୍ରୀମନ୍ଦିର ବଜେଟ ଆଗତ ହୋଇଛି।

ତେବେ ବଜେଟ ନେଇ ପୂର୍ଣ୍ଣାଙ୍ଗ ଚିତ୍ର ସ୍ପଷ୍ଟ ହୋଇପାରିନଥିଲା । ତେଣୁ ଆଜି ବୈଠକରେ ବଜେଟ ଚୂଡ଼ାନ୍ତ ହୋଇ ପାରିତ କରାଯିବ। ଅନ୍ୟପଟେ ଆସନ୍ତା ୨୯ ତାରିଖରୁ ପଶ୍ଚିମ ଦ୍ୱାର ଦେଇ ଶ୍ରଦ୍ଧାଳୁଙ୍କୁ ଛଡ଼ାଯିବ। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏନେଇ ପୂର୍ବରୁ ନିଷ୍ପତ୍ତି ହୋଇଛି ।