ସିସିଟିଭି ନଜରରେ ରହିବ ପୁରୀ ସହର

ନନ୍ଦିଘୋଷ ବ୍ୟୁରୋ: ପୁରୀକୁ ଜଗିବ ସିସିଟିଭି। ସିସିଟିଭି ନଜରରେ ରହିବ ପୁରୀ ସହର । ୬୦୦ରୁ ଅଧିକ ହାଇ କାପାସିଟ୍ ସିସିଟିଭି ସର୍ଭେଲାନ୍ସରେ ରହିବ ସହର। କମାଣ୍ଡ ଏବଂ କଣ୍ଟ୍ରୋଲ ରୁମ୍ ସହିତ ଯୋଡିହେବ ସମସ୍ତ ସିସିଟିଭି । ମହାବାତ୍ୟା ଫନିରେ ଅଚଳ ହୋଇଥିଲା ସହରର ସମସ୍ତ ସିସିଟିଭି । ଓବିସିସି ମାଧ୍ୟମରେ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ। ସହରକୁ ଅପରାଧମୁକ୍ତ, ସୁରକ୍ଷିତ ଓ ଟ୍ରାଫିକ ସୁପରିଚାଳନା ପାଇଁ ସିସିଟିଭି ଲଗାଇବା ନେଇ ହୋଇଛି ସ୍ୱତନ୍ତ୍ର ଖସଡା। ଶ୍ରୀମନ୍ଦିର, ବଡଦାଣ୍ଡ, ସମୁଦ୍ରକୂଳ, ପୁରୀର ପ୍ରବେଶପଥ ଓ ସାହି ଗଳିକନ୍ଦିକୁ ଜଗିବ ସିସିଟିଭି।