ବିଜେପି ମୁଖପାତ୍ର ତେଜିନ୍ଦର ବଗ୍ଗା ଗିରଫ

ନୂଆଦିଲ୍ଲୀ: ବିଜେପି ମୁଖପାତ୍ର ତେଜିନ୍ଦର ବଗ୍ଗାଙ୍କୁ ଗିରଫ କରିଛି ପଞ୍ଜାବ ପୋଲିସ । ମୋହାଲି ପୋଲିସ ତେଜିନ୍ଦରଙ୍କ ବିରୋଧରେ ସାଇବର ସେଲରେ ଏତଲା ଦାୟର କରିଥିଲା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲଙ୍କ ବିରୋଧରେ ତେଜିନ୍ଦର ବଗ୍ଗା ଆପତ୍ତିଜନକ ଟିପ୍ପଣୀ ଦେଇଥିବା ଅଭିଯୋଗ ହୋଇଥିଲା । ଏଥିସହ ବଗ୍ଗାଙ୍କ ବିରୋଧରେ ସାମାଜିକ ବିଶୃଙ୍ଖଳା ସୃଷ୍ଟି କରିବା ଉଦ୍ୟମ ଅଭିଯୋଗ ବି ହୋଇଥିଲା ।
ଦିଲ୍ଲୀ ସ୍ଥିତ ବାସଭବନରୁ ବଗ୍ଗାଙ୍କୁ ଗିରଫ କରାଯାଇଛି । ବଗ୍ଗାଙ୍କ ଗିରଫଦାରୀକୁ ବିଜେପି ଓ ପୂର୍ବତନ ଆପ୍ ନେତା କୁମାର ବିଶ୍ବାସ କଡା ସମାଲୋଚନା କରିଛନ୍ତି । ବିଜେପି କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏଣେ ବଗ୍ଗାଙ୍କୁ ଦିଲ୍ଲୀରୁ ପଞ୍ଜାବ ନିଆଯାଉଥିବା ବେଳେ ନିଆଯାଉଥିବା ହରିୟାଣାରେ ପୋଲିସ ଗାଡିକୁ ରୋକାଯାଇଛି । ଦିଲ୍ଲୀ ପୋଲିସ ନିର୍ଦ୍ଦେଶରେ ଗାଡି ଅଟକାଯାଇଛି ।