ପୋଲିସକୁ ଗୋଡାଇ ଗୋଡାଇ ପିଟିଲେ ଜନତା
1 min readବଲାଙ୍ଗୀର: ବଲାଙ୍ଗୀର ତୁଷୁରା ଥାନାରେ ଅଭାବନୀୟ ଘଟଣା । ପୋଲିସକୁ ଗୋଡାଇ ଗୋଡାଇ ପିଟିଲେ ଜନତା । ଦୁଇ ଗୋଷ୍ଠୀ ଗଣ୍ଡଗୋଳ ଘଟଣାକୁ କେନ୍ଦ୍ରକରି ପୋଲିସ ଜନତା ଭିତରେ ଖଣ୍ଡଯୁଦ୍ଧ ହୋଇଛି । ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଆଜି ପୁଣି ଗଣ୍ଡଗୋଳ ହୋଇଥିଲା । ଏହାକୁ କେନ୍ଦ୍ରକରି ଜନତା ଉତ୍ୟକ୍ତ ହୋଇ ପୋଲିସ ଗାଡିକୁ ଆକ୍ରମଣ କରିଛନ୍ତି । ପରିସ୍ଥିତି ଅଣାୟତ୍ତ ହେବାରୁ ଲୋକଙ୍କୁ ଗୋଡାଇ ପିଟିଛି ପୋଲିସ। ଘଟଣାସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଛନ୍ତି ।
ସୂଚନା ଅନୁଯାୟୀ, ଗୋଦାମପଡା-ପତିତପାବନ ପଡା ମଧ୍ୟରେ ପୂର୍ବରୁ ଗୋଷ୍ଠୀ ସଂଘର୍ଷ ଘଟିଥିଲା । ପତିତପାବନପଡାବାସୀ ତୁଷୁରା ଥାନାରେ ମାମଲା ଦାୟର କରିଥିଲେ । ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଆଜି ପତିତପାବନପଡାର ଲୋକମାନେ ତୁଷୁରାଥାନାକୁ ଯାଇ ପଚରାଉଚରା କରିଥିଲେ । ଏହି ସମୟରେ ପୋଲିସ ସହ ଯୁକ୍ତିତର୍କ ପରେ, ପୋଲିସ ପ୍ରଥମେ ଲୋକଙ୍କୁ ଆକ୍ରମଣ କରିଥିଲା। ପରେ ଲୋକମାନେ ମଧ୍ୟ ପୋଲିସକୁ ନିସ୍ତୁକ ଛେଚିଥିଲେ । ଉଭୟ ପକ୍ଷରୁ ଥାନା ସମ୍ମୁଖରେ ଗଣ୍ଡଗୋଳ ଉଗ୍ରରୁପ ଧାରଣ କରିଥିଲା । ପୋଲିସ ଲୋକଙ୍କୁ ଓ ଲୋକେ ପୋଲିସଙ୍କୁ ଗୋଡାଇ ଗୋଡାଇ ପିଟିଥିଲେ । କିଛି ସମୟ ପାଇଁ ଥାନା ସମ୍ମୁଖ ପାଲଟିଯାଇଥିଲା ରଣକ୍ଷେତ୍ର । ଖବର ପାଇ ଘଟଣା ସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ।