ନଦିଆରେ ପହଞ୍ଚିଲା ନୂପୁର ନିଆଁ, ଟ୍ରେନକୁ ଟାର୍ଗେଟ କଲେ ବିକ୍ଷୋଭକାରୀ

ନଦିଆ: ବ୍ୟାପିବାରେ ଲାଗିଛି ନୂପୁର ନିଆଁ । ଶୁକ୍ରବାର ଜୁମାର ନମାଜ ପରେ ଆରମ୍ଭ ବିରୋଧ ପ୍ରଦର୍ଶନ ଏବେ ରାଜ୍ୟର ଅନେକ ଜିଲ୍ଲାରେ ପହଞ୍ଚିଛି । ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ ଟ୍ରେନକୁ ଟାର୍ଗେଟ କରିଛନ୍ତି ବିକ୍ଷୋଭକାରୀ । ବେଥୁଆଡହରୀ ରେଳ ଷ୍ଟେସନରେ ପ୍ରଦର୍ଶନକାରୀ ଲୋକାଲ ଟ୍ରେନକୁ ଟାର୍ଗେଟ କରିଛନ୍ତି  ।

ଷ୍ଟେସନରେ ଅଟକିଥିବା ଟ୍ରେନକୁ ପଥରମାଡ କରିଛନ୍ତି ବିକ୍ଷୋଭକାରୀ। ଆକ୍ରମଣ ଯୋଗୁଁ ଲାଲଗୋଲା ଲାଇନରେ ରେଳସେବା ବାଧାପ୍ରାପ୍ତ ହୋଇଛି  । ଖବର ପାଇ ଘଟଣାସ୍ଥଳରେ ଜିଆରପି, ଆରପିଏଫ ଓ ପୋଲିସ ଟିମ ପହଞ୍ଚିଛନ୍ତି  । ପ୍ରଶାସନ ପହଞ୍ଚିବା ପୂର୍ବରୁ ପ୍ରଦର୍ଶନକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଏହି ଘଟଣା ପରେ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ସ୍ଥିତି ବିଗିଡି ଯାଇଛି  ।

ଘଟଣାରୁ ଜଣାପଡିଛି ଯେ ବିକ୍ଷୋଭକାରୀ ନଦିଆ ଜିଲ୍ଲାରେ ରାସ୍ତାଜାମ  କରିବା ପରେ ପୋଲିସ ସେମାନଙ୍କୁ ଘଉଡାଇଥିଲା  । ଏହି ସମୟରେ ବିକ୍ଷୋଭକାରୀ ଷ୍ଟେସନରେ ପଶି ହଙ୍ଗାମା କରିଥିଲେ  ।