ସୋନାଯୋଡିଆରେ ଦୁଇ ମନ୍ତ୍ରୀଙ୍କୁ ବିରୋଧ, ଉପଜିଲ୍ଲାପାଳଙ୍କୁ ଅଟକ ରଖିଲେ ଲୋକେ..

ନନ୍ଦିଘୋଷ ବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷୀ ଓ ବିଶୋଇ ବ୍ଲକର କିଛି କ୍ଷତିଗ୍ରସ୍ତ ଅଞ୍ଚଳ ରାଜସ୍ବ ମନ୍ତ୍ରୀ ବୁଲି ନଥିବାରୁ ମନ୍ତ୍ରୀଙ୍କୁ ଛାଡି ଫେରୁଥିବା ଗାଡ଼ି ଉପରେ ସୋନାଯୋଡିଆ ରେଳଫାଟକ ନିକଟରେ ଆକ୍ରମଣ କରିଛନ୍ତି ଉତ୍ତ୍ୟକ୍ତ ଲୋକେ। ଗାଡ଼ିକୁ ଭଙ୍ଗାରୁଜା କରିବା ସହ ସ୍ଥାନୀୟ ଉପଜିଲ୍ଲାପାଳଙ୍କୁ ଅଟକ ରଖିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। ପୋଲିସକୁ ମଧ୍ୟ ଆକ୍ରମଣ କରିଛନ୍ତି ଉତ୍ତ୍ୟକ୍ତ ଲୋକେ। ଲୋକଙ୍କ ଢେଲାପଥର ମାଡ଼ରେ ଜଣେ କନେଷ୍ଟବଳଙ୍କ ମୁଣ୍ଡ ଫାଟିଛି। ବିଶୋଇ ଅଞ୍ଚଳର ୧୮ଟି ଗାଁ ଓ ବାଙ୍ଗିରିପୋଷୀ ଅଞ୍ଚଳର ୩୯ଟି ଗାଁ ଅଦିନିଆ ବର୍ଷା ଓ କୁଆପଥର ମାଡ଼ରେ କ୍ଷତିଗ୍ରସ୍ତ ହୋଇଛି। କିନ୍ତୁ ମନ୍ତ୍ରୀ ଦୁଇ ତିନିଟି ଗାଁ ବୁଲି ଫେରିଯିବା ଫଳରେ ଉତ୍ତ୍ୟକ୍ତ ହୋଇଥିଲେ କ୍ଷତିଗ୍ରସ୍ତ ଲୋକେ। ତିନି ଦିନି ହେଲାଣି ସହାୟତା ମିଳିଥିବାରୁ ପ୍ରକାଶ ପାଇଥିଲା ଉତ୍ତେଜନା। ଘଟଣାସ୍ଥଳରେ ଏସପି ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।