ଅପରାଜିତା ଷଡ଼ଙ୍ଗୀ ଓ ପ୍ରିୟଦର୍ଶୀ ମିଶ୍ରଙ୍କୁ ଜୋରଦାର ବିରୋଧ

ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ବର ଆଇ.ଆର.ସି ଭିଲେଜ ବୁଥରେ ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଓ ବିଜେପି ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ରଙ୍କୁ ଜୋରଦାର ବିରୋଧ। ବୁଥ ଭିତରକୁ ମୋବାଇଲ ନେଇ ଯାଇଥିଲେ ଅପରାଜିତା। ୧୧୮ ନମ୍ୱର ବୁଥକୁ ଅପରାଜିତା ଭୋଟ ଦେବା ପାଇଁ ଯାଇଥିଲେ । ନିୟମକୁ ଭୃକ୍ଷେପ ନକରି ଅପରାଜିତା ମୋବାଇଲ ନେଇ ବୁଥ ଭିତରକୁ ଯାଇଥିବା ବେଳେ ଭୋଟରମାନେ ବିରୋଧ କରିଥିଲେ । ଯାହାକୁ ନେଇ ଏକ ଚାପା ଉତ୍ତେଜନା ମଧ୍ୟ ଦେଖା ଦେଇଥିଲା ।