ପ୍ରଫେସର ଶରତ କୁମାର ପଳିତା ହେଲେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି

ଭୁବନେଶ୍ୱର: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି ପ୍ରଫେସର ତଥା ବରିଷ୍ଠ  ବୈଜ୍ଞାନିକ ଶରତ କୁମାର ପଳିତା  । ସେହିପରି ଝାଡ଼ଖଣ୍ଡ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର  କୁଳପତି ଭାବେ ପ୍ରଫେସର କ୍ଷିତି ଭୂଷଣ ଦାସଙ୍କୁ ନିଯୁକ୍ତ କରାଯାଇଛି  । ଜଣେ ଦକ୍ଷ ଏବଂ ବରିଷ୍ଠ ପ୍ରଫେସର ଭାବରେ ଏମଆଇ ଓ ୟୁଜିସିର ପ୍ରାବଧାନ ଅନୁସାରେ ଭାରପ୍ରାପ୍ତ କୁଳପତି ଭାବେ କର୍ତ୍ତବ୍ୟ ନିର୍ବାହ ପାଇଁ ପ୍ରଫେସର ପଳିତାଙ୍କୁ ନିର୍ଦେଶ ଦିଆଯାଇଛି  । ଯେପର୍ଯ୍ୟନ୍ତ ପରବର୍ତ୍ତୀ କୁଳପତିଙ୍କୁ ନିଯୁକ୍ତ କରାନଯାଇଛି, ସେ ପର୍ଯ୍ୟନ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଦାୟିତ୍ୱ ନିର୍ବାହ କରିବେ ଶରତ କୁମାର ପଳିତା  ।

ପ୍ରଫେସର ପଳିତା ମଧ୍ୟ ଜଣେ ବୈଜ୍ଞାନିକ ଅଟନ୍ତି  ।  ବିଶ୍ୱବିଦ୍ୟାଳୟରେ ଜୈବ ବିବିଧତା ଏବଂ ପ୍ରାକୃତିକ ସମ୍ପଦ ସରଂକ୍ଷଣର ବରିଷ୍ଠ ପ୍ରଫେସର ଅର୍ଥାତ ଡିନ ଭାବରେ ନିଯୁକ୍ତ ରହିଥିଲେ । ସେହିପରି ପୂର୍ବରୁ ବିଶ୍ୱବିଦ୍ୟାଳରେ ଇନଚାର୍ଜ ଭାବେ ମଧ୍ୟ ନିଜର ଦକ୍ଷତା ପ୍ରକାଶ କରିଛନ୍ତି  । ପୂର୍ବରୁ ବିଶ୍ୱ ବିଦ୍ୟାଳୟ ଦାୟିତ୍ୱରେ ଥିବା ବେଳେ ପ୍ରଫେସର ପଳିତା ଅନେକ ଉନ୍ନତି ମୂଳକ ପଦକ୍ଷେପ ନେଇଥିଲେ  । କିପରି କଲେଜରେ ଶିକ୍ଷାଦାନର ମାନ ବୃଦ୍ଧି ପାଇବ ଏବଂ ଏଥିପାଇଁ ସମସ୍ତ ଅଧ୍ୟାପକ, କର୍ମଚାରୀଙ୍କ ସହଯୋଗ ଆବଶ୍ୟକ ତାହାକୁ ବିଶେଷ ପ୍ରାଧାନ୍ୟ ଦେଇଥିଲେ  ।

ପ୍ରଫେସର ପଲିତାଙ୍କ ଦୀର୍ଘ ୩୮ ବର୍ଷ ଧରି ଶିକ୍ଷାଦାନ ଜାରି ରଖିଥିବାବେଳେ ୨୯ ବର୍ଷ ବୟସରୁ ଅଧ୍ୟାପନା ଆରମ୍ଭ କରିଥିଲେ  । କେନ୍ଦ୍ରାପଡ଼ା ଏବଂ ନୟାଗଡ଼ ସ୍ୱୟଂ ଶାସିତ କଲେଜରୁ ଜୁଲୋଜି ଅଧ୍ୟାପକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ  । ଏହାରି ଭିତରେ ୮ ବର୍ଷ ହେବ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟରେ ଜୈବ ବିବିଧତା ଉପରେ ଶିକ୍ଷାଦାନ ଜାରି ରଖିଥିଲେ  ।  ବର୍ତ୍ତମାନ ତାଙ୍କୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ କୁଳପତି ଭାବେ ନିଯୁକ୍ତ କରାଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି  ।

 

Leave a Reply