ଜଗାର ସ୍ବାସ୍ଥ୍ୟ ପରୀକ୍ଷା କଲେ ଦିଲ୍ଲୀ AIIMSର ପ୍ରଫେସର ଦୀପକ ଗୁପ୍ତା

1 min read

ଫୁଲବାଣୀ: ଯୋଡ଼ାମୁଣ୍ଡ ଶିଶୁ ଜଗାର ସ୍ବାସ୍ଥ୍ୟ ପରୀକ୍ଷା କଲେ ଦିଲ୍ଲୀ AIIMSର ପ୍ରଫେସର ଦୀପକ ଗୁପ୍ତା । କନ୍ଧମାଳ ଜିଲ୍ଲା ଫୁଲବାଣୀ ଆସି ଜଗା ରହୁଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ଜଗାକୁ ଭେଟିଥିଲେ । ଜଗା ରହୁଥିବା କ୍ୟାବିନ ଭିତରେ ଦୀର୍ଘ ସମୟ ରହି ତାର ସମ୍ପୂର୍ଣ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ ।

ଜଗା ସମ୍ପୂର୍ଣ ସୁସ୍ଥ ଅଛି ଓ ତାକୁ ସ୍କୁଲକୁ ପାଠ ପଢିବା ପାଇଁ ପଠାଯାଉ ବୋଲି କନ୍ଧମାଳ CDMOଙ୍କୁ ସେ ପରାମର୍ଶ ଦେଇଥିଲେ । ସମୟ ଆସିଲେ ତା ମୁଣ୍ଡର ଦ୍ବିତୀୟ ଅସ୍ତ୍ରୋପ୍ରଚାର କରାଯିବ ବୋଲି ଜଗାର ବାପା ଓ କନ୍ଧମାଳ CDMOଙ୍କୁ ସୂଚନା ଦେଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧିକ୍ଷକ ଅଭୟ ପଟ୍ଟନାୟକ କହିଛନ୍ତି । ୨୦୧୭ରେ ଦିଲ୍ଲୀ AIIMSରେ ଯୋଡ଼ା ମୁଣ୍ଡ ଶିଶୁ ଜଗା-କାଳିଆର ଅସ୍ତ୍ରୋପ୍ରଚାର ହୋଇଥିଲା ।