ଦେଶୀ ଅନ୍ଦାଜରେ ଦେଶୀ ଗର୍ଲ ପ୍ରିୟଙ୍କା

ନୂଆଦିଲ୍ଲୀ: ସବୁବେଳେ ଚର୍ଚ୍ଚାରେ ରହୁଥିବା ଏହି ନାୟିକା ଏବେ ପୁଣି ଚର୍ଚ୍ଚାରେ । କେତେବେଳେ ତାଙ୍କ ଲୁକକୁ ନେଇ ତ କେତେବେଳେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥାନ୍ତି ଏହି ନାୟିକା । କିନ୍ତୁ ଆଜି ସେ ତାଙ୍କ ଦେଶୀ ଅନ୍ଦାଜକୁ ନେଇ ଚର୍ଚ୍ଚାରେ ଅଛନ୍ତି। ମହାଶିବରାତ୍ରୀରେ ପ୍ରସଂଶକଙ୍କ ମନ କିଣିଲେ ପ୍ରିୟଙ୍କା । ଭାରତ ଏବଂ ତାର ସଂସ୍କୃତି  ବିଦେଶରେ ମଧ୍ୟ ପ୍ରିୟଙ୍କାଙ୍କ ସହ ରହିଛି । ପ୍ରିୟଙ୍କାଙ୍କ ଫଟୋ ତାହା ପ୍ରମାଣିତ କରୁଛି । ଦେଶୀଗର୍ଲ ସାତ ସମୁଦ୍ର ପାର ତାଙ୍କ ଜୀବନସାଥି ନିକଙ୍କ ସହ ପାଳନ କରୁଛନ୍ତି ମହାଶିବରାତ୍ରୀ ।

ପ୍ରିୟଙ୍କା କେମିତି ପାଳିଛନ୍ତି ମହାଶିବରାତ୍ରୀ ?

ପ୍ରିୟଙ୍କା ସୋସିଆଲ ମିଡ଼ିଆ ମାଧ୍ୟମରେ ତାଙ୍କ ପ୍ରସଂଶକଙ୍କୁ ଶିବରାତ୍ରୀର ଶୁଭେଚ୍ଛା ଦେଇଛନ୍ତି । ଏହାସହ ପ୍ରିୟଙ୍କା କିଛି ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଫଟୋରେ ପ୍ରିୟଙ୍କା ଏବଂ ନିକ୍ ମହାଦେବଙ୍କୁ ପୂଜା କରୁଥିବାର ଦେଖାଯାଇଛି । ଏହି ପୂଜାରା ବସିବା ସମୟରେ ନିକ କୁର୍ତା ପିନ୍ଧିଥିବାର ଦେଖିବାକୁ ମିଳିଛି । ଏହି ଫଟୋଟିକୁ ସେୟାର କରି ପ୍ରିୟଙ୍କା ଲେଖିଛନ୍ତି ଯେ, ମହାଶିବରାତ୍ରୀର ହାର୍ଦ୍ଦିକ ଶୁଭକାମନା..ହର ହର ମହାଦେବ । ମହାଶିବରାତ୍ରୀରେ ସମସ୍ତଙ୍କୁ ଓଁ ନମଃ ଶିବାୟ ।

Leave a Reply