ଅନେକ ଦିନ ପରେ ପରଦାରେ ପୁଣି ନଜର ଆସିବେ ପ୍ରିୟଙ୍କା, ରିଲିଜ ହେଲା ଫିଲ୍ମର ଟ୍ରେଲର

1 min read

ମୁମ୍ବାଇ: ଦୀର୍ଘ ଦିନର ବ୍ୟବଧାନ ପରେ ପ୍ରିୟଙ୍କା ଚୋପ୍ରା ପୁଣି ଥରେ ପରଦାରେ ନଜର ଆସିବେ । ଫିଲ୍ମ ‘ହ୍ୱାଇଟ ଟାଇଗର’ରେ ଅଭିନୟ କରି ସେ କମ୍ ବ୍ୟାକ୍ କରୁଛନ୍ତି । ନେଟଫ୍ଲିକ୍ସ ‘ହ୍ୱାଇଟ ଟାଇଗର’ ଫିଲ୍ମର ଟ୍ରେଲର ମୁକ୍ତିଲାଭ କରିଛି । ଏହି ଚଳଚ୍ଚିତ୍ରର କଣ୍ଟେଟ୍ ୨୦୦୮ ମସିହାର ସର୍ବୋତ୍ତମ ଉପନ୍ୟାସ ‘ ଦ ହ୍ୱାଇଟ ଟାଇଗର’ ରୁ ନିଆଯାଇଛି । ଅରବିନ୍ଦ ଅଡିଗାଙ୍କ ଦ୍ୱାରା ଲିଖିତ ଏହି ଉପନ୍ୟାସ ବହୁତ ଭଲ ବିକ୍ରି ହୋଇଥିଲା । ପ୍ରିୟଙ୍କା ଚୋପ୍ରାଙ୍କ ବ୍ୟତୀତ ଏହି ଫିଲ୍ମରେ ରାଜକୁମାର ରାଓ ଏବଂ ଆଦର୍ଶ ଗୌରବଙ୍କ ମଧ୍ୟ ଅଭିନୟ କରିଛନ୍ତି  ।

ଏହାପୂର୍ବରୁ ଇନଷ୍ଟାଗ୍ରାମରେ ପ୍ରିୟଙ୍କା ଏହି ଫିଲ୍ମର ପ୍ରଥମ ଝଲକ ସେୟାର କରି ଲେଖିଥିଲେ, “ଏହି କାହାଣୀରେ ଏକ ପରିବାର ତଥା ଜଣେ ବ୍ୟକ୍ତି ବଳରାମ ହାଲୱାଇଙ୍କ ବିଷୟରେ ଦେଖାଯାଇଛି । ଚଳଚ୍ଚିତ୍ରରେ ବଳରାମ ହାଲୱାଇଙ୍କ ଚରିତ୍ରରେ ଆଦର୍ଶ ଗୌରବ ଅଭିନୟ କରିଛନ୍ତି। ଦୀର୍ଘ ଦିନ ପରେ, ପ୍ରିୟଙ୍କା ଏକ ସ୍ୱତନ୍ତ୍ର ଚରିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି ।

https://www.instagram.com/tv/CG48V-0ngI-/?utm_source=ig_embed

ରମିନ ବହରାନି ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ । ଏବଂ ହ୍ୱାଇଟ ଟାଇଗର ଆଗାମୀ ବର୍ଷ ଜାନୁଆରୀ ମାସରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରରେ ପ୍ରିୟଙ୍କା ଚୋପ୍ରାଙ୍କ ନାମ ପିଙ୍କି ମ୍ୟାଡାମ୍ ଏବଂ ସ୍ୱାମୀଙ୍କ ନାମ ଅଶୋକ ରହିଛି। ଅଭିନେତା ରାଜକୁମାର ରାଓ ଫିଲ୍ମରେ ପ୍ରିୟଙ୍କାଙ୍କ ସ୍ୱାମୀ ଭୂମିକାରେ ଅଭିନୟ କରିଛନ୍ତି । ଉପନ୍ୟାସରେ ଭାରତର ବର୍ଗିକରଣ ବଳରାମଙ୍କ ଦୃଷ୍ଟିକୋଣରୁ ଚିତ୍ରଣ କରାଯାଇଛି । ଗାଁରୁ ଆସିଥିବା ବଳରାମ ଧନୀ ଘରର ଜମିଦାର ମାଲିକ ଏବଂ ତାଙ୍କ ପତ୍ନୀଙ୍କ ଡ୍ରାଇଭର ହୋଇଯାଆନ୍ତି । ଧିରେ ଧିରେ କାହାଣୀଟରେ ଚରିତ୍ରମାନଙ୍କ ଜୀବନ ବଦଳିଯାଏ । ଉପନ୍ୟାସର କାହାଣୀ ଭାରତରେ ଦାରିଦ୍ର୍ୟ, ଦୁର୍ନୀତି ଏବଂ ଦ୍ୱନ୍ଦ୍ୱ ପ୍ରସଙ୍ଗରେ ଆଲୋଚନା କରାଯାଇଛି ।

Leave a Reply