ଖୁବଶୀଘ୍ର ପ୍ରାଇଭେଟ୍ ମଦ ଦୋକାନ ଉପରେ ଲାଗିବ ରୋକ୍

Private Liquor Shops Of Delhi Closed From 1st October

ନୂଆଦିଲ୍ଲୀ: ପ୍ରାଇଭେଟ୍ ବା ଘରୋଇ ମଦ ଦୋକାନରୁ ଆଉ କିଣିପାରିବେନି ମଦ । ଏହି ନିୟମ ଖୁବଶୀଘ୍ର ଦେଶର ରାଜଧାନୀ ଦିଲ୍ଲୀରେ ଲାଗୁ ହେବାକୁ ଯାଉଛି । ଅକ୍ଟୋବର ୧ରୁ ନଭେମ୍ବର ୧୬ ପର୍ଯ୍ୟନ୍ତ କେବଳ ସରକାରୀ ଦୋକାନରେ ୪୭ ଦିନ ପାଇଁ ମଦ ବିକ୍ରି ହେବ । ଡେପୁଟି ସିଏମ୍ ମନୀଷ ସିସୋଡିଆ କହିଛନ୍ତି, ନୂତନ ଅବକାରୀ ନିୟମ ଅନୁଯାୟୀ ଦିଲ୍ଲୀକୁ ୩୨ ଜୋନରେ ବିଭକ୍ତ କରି ଲାଇସେନ୍ସ ବଣ୍ଟନ ପ୍ରକ୍ରିୟା ଶେଷ ହୋଇଛି । ବର୍ତ୍ତମାନ ନୂଆ ଅବକାରୀ ନିୟମ ଅନୁଯାୟୀ ନଭେମ୍ବର ୧୭ରୁ ଦିଲ୍ଲୀରେ ଦୋକାନ ଖୋଲିବ । ଏହି ସମୟ ମଧ୍ୟରେ, ଅକ୍ଟୋବର ୧ରୁ ନଭେମ୍ବର ୧୬ ମଧ୍ୟରେ କେବଳ ସରକାରୀ ଦୋକାନରେ ମଦ ବିକ୍ରି ହେବ ।

ବର୍ତ୍ତମାନ ଦିଲ୍ଲୀରେ ୭୨୦ ରୁ ଅଧିକ ମଦ ଦୋକାନ ରହିଛି । ସେଥିରୁ ୨୬୦ ଘରୋଇ ଏବଂ ୪୬୦ ସରକାରୀ ମଦ ଦୋକାନ ଅଛି । ଏପରିକି ୮୮ଟି ଦୋକାନ ଏମିତି ଅଛି ଯେଉଁଠାରେ କେବଳ ଦେଶୀ ମଦ ବିକ୍ରି ହୁଏ । ନୂତନ ଅବକାରୀ ନୀତି ଅନୁଯାୟୀ, ସମସ୍ତ ୩୨ ଟି ଜୋନରେ ଲାଇସେନ୍ସ ଆବଣ୍ଟନ ପରେ ସରକାର ବେସରକାରୀ ମଦ ଦୋକାନଗୁଡ଼ିକର ଲାଇସେନ୍ସକୁ ସେପ୍ଟେମ୍ବର ୩୦ ପରେ ବଢ଼ାଯିବ ନାହିଁ । ଯାହା ଫଳରେ ଅକ୍ଟୋବର ୧ରୁ ସମସ୍ତ ୨୬୦ଟି ଘରୋଇ ମଦ ଦୋକାନ ବନ୍ଦ ହୋଇଯିବ । ଏହା ପରିବର୍ତ୍ତେ, ନୂତନ ଅବକାରୀ ନିୟମ ଅଧୀନରେ ଦିଆଯାଇଥିବା ଲାଇସେନ୍ସଧାରୀମାନେ ନଭେମ୍ବର ୧୭ରୁ ନୂତନ ଅବକାରୀ ନୀତି ଅଧୀନରେ ଦୋକାନ ଖୋଲିବେ ।

ଏହିପରି, ଅକ୍ଟୋବର ୧ରୁ ଆଗାମୀ ୪୭ ଦିନ ପର୍ଯ୍ୟନ୍ତ କେବଳ ଦିଲ୍ଲୀର ସରକାରୀ ଦୋକାନରେ ମଦ ବିକ୍ରି ହେବ । ଡେପୁଟି ସିଏମ୍ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ କହିଛନ୍ତି, କୋଭିଡ୍ ସମୟରେ ଯେତେବେଳେ ଆମେ ଆର୍ଥିକ ସଂକଟ ଦେଇ ଗତି କରୁଛୁ । ସେହି ସମୟରେ, ନୂତନ ଅବକାରୀ ନୀତିରୁ ହିଁ ଆମକୁ ପ୍ରତିବର୍ଷ ୩୨୦୦ କୋଟି ଟଙ୍କା ରାଜସ୍ୱ ମିଳିପାରିବ । ବର୍ତ୍ତମାନ ନୂତନ ଅବକାରୀ ପଲିସି ଅନୁଯାୟୀ ସରକାର କେବଳ ଲାଇସେନ୍ସ ଆବଣ୍ଟନରୁ ୮୯୦୦ କୋଟି ଟଙ୍କା ରାଜସ୍ୱ ପାଇଛନ୍ତି । ଦଲିଲ ଅନୁଯାୟୀ ସରକାରଙ୍କ ୭୦୪୨ କୋଟି ଆକଳନ ତୁଳନାରେ ଏହି ରାଜସ୍ୱ ୨୬.୭ ପ୍ରତିଶତ ଅଧିକ । ଏହା ସହିତ ସରକାର ନୂତନ ବ୍ରାଣ୍ଡର ମଂଜୁରୀ ଏବଂ ଅନ୍ୟାନ୍ୟ ଏକ୍ସାଇଜ୍ ଡ୍ୟୁଟିରୁ ମଧ୍ୟ ରାଜସ୍ୱ ପାଇପାରିବେ ।

 Private Liquor Shops Of Delhi Closed From 1st October

ଏହି ପରିପ୍ରେକ୍ଷୀରେ ସମୁଦାୟ ୧୦ ହଜାର କୋଟି ରାଜସ୍ୱ ମିଳିବ ବୋଲି ଆଶା କରାଯାଉଛି । ମନୀଷ ସିସୋଡିଆ କହିଛନ୍ତି, ଏହି ନୀତି କେବଳ ସରକାରଙ୍କ ରାଜସ୍ୱ ବୃଦ୍ଧି କରିବ ନାହିଁ ବରଂ ଏକ୍ସାଇଜ୍ ଚୋରିକୁ ମଧ୍ୟ ବନ୍ଦ କରିବ । ଦିଲ୍ଲୀରେ ମଦ ମାଫିଆକୁ ଦୂର କରିବାରେ ମଧ୍ୟ ସାହାଯ୍ୟ କରିବ । ମନୀଷ ସିସୋଡିଆ କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ଦିଲ୍ଲୀରେ ଅନେକ ୱାର୍ଡ ଅଛି ଯେଉଁଠାରେ ଗୋଟିଏ ବି ମଦ ଦୋକାନ ନାହିଁ । ଆଉ ଏମିତି କିଛି ଜାଗା ଅଛି ଅଛି ଯେଉଁଠାରେ ୧୦ ରୁ ୧୫ଟି ଦୋକାନ ଅଛି । ଆମେ ଦିଲ୍ଲୀକୁ ୩୨ଟି ଜୋନରେ ବିଭକ୍ତ କରି ଏହାକୁ ସମାଧାନ କରୁଛୁ ।

Leave a Reply