spot_img

Latest Posts

ମନ୍ତ୍ରୀଙ୍କ ସହ ଆଲୋଚନ ସଫଳ, ଆସନ୍ତାକାଲିଠୁ ସ୍ୱଭାବିକ ହେବ ବସ ଚଳାଚଳ

ଭୁବନେଶ୍ୱର: ଆସନ୍ତାକାଲିଠୁ ରାଜ୍ୟରେ ସ୍ୱଭାବିକ ହେବ ବସ ଚଳାଚଳ। ଗତକାଲି ଘରୋଇ ବସ ମାଲିକ ସଂଘ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସହ ଆଲୋଚନା ପରେ ବସ ଚଳାଚଳ ସ୍ୱଭାବିକ କରିବାକୁ ନିଷ୍ପତି ନେଇଛନ୍ତି।

ସୂଚନା ମୁତାବକ ଗତକାଲିର ଆଲୋଚନାରେ ଆଉ ଦୁଇ ମାସ ରୋଡ୍‌ ଟ୍ୟାକ୍ସ ଛାଡ଼ କରିବା ପାଇଁ ସରକାର ପ୍ରତିଶ୍ରୁତି ଦେଇଛନ୍ତି । ଏହାସହ ଋଣ ଆଣିଥିବା ଡିଫଲ୍ଟର ବସ୍ ମାଲିକ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନ ନେବାକୁ ବ୍ୟାଙ୍କମାନଙ୍କୁ ସରକାର ନିର୍ଦ୍ଦେଶ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସରକାରଙ୍କ ପ୍ରତିଶ୍ରୁତି ପରେ ବସ୍‌ ଚଳାଚଳ ସ୍ୱଭାବିକ କରିବାକୁ ବସ୍ ମାଲିକ ସଂଘ ନିଷ୍ପତ୍ତି ନେଇଛି।

ଘରୋଇ ବସ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ଯେ ଯେଉଁ ନିଷ୍ପତ୍ତି ନିଆଯାଇଛି ତାହା ବସ୍ ମାଲିକମାନଙ୍କୁ ନିଶ୍ଚିତ ଭାବେ ସୁହାଇବ। ତେଣୁ ବସ୍ ମାଲିକମାନଙ୍କୁ ବସ ଚଳାଚଳ କରିବାକୁ ଅନୁରୋଧ କରାଯିବ। ତେବେ ଜଣାଇଦେବାକୁ ଚାହୁଁ ଯେ ଦୀର୍ଘଦିନ ହେଲାଣଇ ଟ୍ୟାକ୍ସ ଛାଡ଼, ଋଣ ପରିଶୋଧ ସମୟସୀମା ବୃଦ୍ଧି ଓ ୧ ଲକ୍ଷ ଟଙ୍କା ଲେଖାଏଁ ଋଣ ପ୍ରଦାନ ଆଦି ଦାବିରେ ଅଟଳ ଥିଲେ ବସ୍ ମାଲିକ।

Latest Posts

Don't Miss