ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି, ସୁରକ୍ଷା ସ୍ଥିତି ସମୀକ୍ଷା କଲେ DCP

ଭୁବନେଶ୍ୱର: ଆସନ୍ତା 10 ତାରିଖରେ ଦୁଇ ଦିନିଆ ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ହେବାପରେ ଦ୍ରୌପଦୀଙ୍କ ଏହା ପ୍ରଥମ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ । ଏନେଇ ଭୁବନେଶ୍ବର ବିମାନବନ୍ଦରରେ ରାଷ୍ଟ୍ରପତିଙ୍କ ଗ୍ରସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ଭୁବନେଶ୍ୱର ଡିସିପିଙ୍କ ନେତୃତ୍ୱରେ ଆଜି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯାଇଛି । ଡିସିପି ପ୍ରତୀକ ସିଂ ବିମାନ ବନ୍ଦର ଭିତରକୁ ଯାଇ ଯାଞ୍ଚ କରିଛନ୍ତି । 150 ଜଣ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବାର କାର୍ଯ୍ୟକ୍ରମ ରହିଛି । କୋଉଁଠି କୋଉଁଠି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ ସେ ନେଇ ତଦାରଖ କରାଯାଇଛି ।

ଓଡ଼ିଶାରୁ ପ୍ରଥମ ଥର ରାଷ୍ଟ୍ରପତି ଭାବେ ପଦ ମଣ୍ଡନ କରିଛନ୍ତି ଦ୍ରୈପଦୀ ମୁର୍ମୁ  । ସେପଟେ ରାଷ୍ଟ୍ରପତି ହେବା ପରେ ପ୍ରଥମଥର ନିଜ ମାଟି ଅର୍ଥାତ ନିଜ ରାଜ୍ୟକୁ ଗସ୍ତ କରୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  । ରାଷ୍ଟ୍ରପତି ପ୍ରଥମେ ପୁରୀ ଗସ୍ତ କରି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବାର ବ୍ୟବସ୍ଥା ରହିଛି  ।