ପ୍ରୋଟୋକଲ ଭାଙ୍ଗିଲେ, ଛାତ୍ରୀଙ୍କୁ ଭେଟିଲେ

ଭୁବନେଶ୍ୱର: ପିପୁଲସ ପ୍ରେସିଡେଣ୍ଟ । ରମାଦେବୀରୁ ଫେରୁଥିବା ବେଳେ ପ୍ରୋଟୋକଲ ଭାଙ୍ଗିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦୀର୍ଘ ସମୟ ଧରି ବାହାରେ ଅପେକ୍ଷା କରିଥିବା କିଛି ଛାତ୍ରୀ ଓ ରାଷ୍ଟ୍ରପତିଙ୍କ କଲେଜ ବେଳର ସାଙ୍ଗଙ୍କୁ ଭେଟିଥିଲେ ଦ୍ରୌପଦୀ ମୁର୍ମୁ । ଯାହାକୁ ନେଇ ବେଶ ଖୁସି ହୋଇଥିଲେ ସେଠାରେ ଉପସ୍ଥିତ ଲୋକେ । ରାଷ୍ଟ୍ରପତିଙ୍କ ସୁରକ୍ଷାରେ ଥିବା ସୁରକ୍ଷା କର୍ମଚାରୀ ମାନେ କିଛି ସମୟ ପାଇଁ ବ୍ୟସ୍ତ ହୋଇପଡ଼ିଥିଲେ ।

ସେହିପରି ରମାଦେବୀ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ୪୦ବର୍ଷ ତଳର ସ୍ମୃତିକୁ ମନେ ପକାଇଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  । ରମାଦେବୀରେ ପଢ଼ିବା ବେଳର ଦିନକୁ ମନେ ପକାଇ ଭାବବିହ୍ବଳ ହୋଇଥିଲେ ମହାମହିମ । ସେ କହିଥିଲେ, ରମାଦେବୀର ଛାତ୍ରୀ ଭାବେ ମୁଁ ଗର୍ବିତ । ଦୁର୍ଗମ ପଲ୍ଲୀରୁ ସୁଗମ ରାଜଧାନୀ ଆସିଥିଲି। ପଢିବା ବେଳେ ଆଦିବାସୀ ଛାତ୍ରୀ ନିବାସରେ ରହୁଥିଲି ବୋଲି କହିଥିଲେ ରାଷ୍ଟ୍ରପତି ।

ସେହିପରି ରାଷ୍ଟ୍ରପତି କହିଛନ୍ତି ଔପଚାରିକ ଦୃଷ୍ଟିରୁ ଭିନ୍ନ ରାସ୍ତାରେ ଆସିବାକୁ ପଡିଲା  । କିନ୍ତୁ ମୁଁ ସେଦିନ ରାସ୍ତାକୁ ଭୁଲି ପାରୁନି  ।  ସେତେବେଳେ ଡ୍ରେସକୋଡ ନଥିଲା  । ସେତେବେଳେ  ମାତ୍ର ଏକ ମହାବିଦ୍ୟାଳୟ ଥିଲା  । ମୁଖ୍ୟ ଶାସନ ସଚିବଙ୍କ ଠାରୁ ମୁଖ୍ୟମନ୍ତ୍ରୀଙ୍କ ଝିଅ  । ସମସ୍ତେ ଏକାଠି ପଢୁଥିଲୁ  । ବାର୍ତ୍ତାଳପରେ କିମ୍ବା ଭେଦଭାବର କୌଣସି ବାସ୍ନା ନଥିଲା  । ସତେ ଲାଗୁଥିଲା ଯେମିତି ଦୁର୍ଗମ ପଲିରୁ ସୁଗମ ରାଜଧାନୀର ରାସ୍ତା  । ମୁଁ ଯଦି ମୋ ବିଶ୍ୱ ବିଦ୍ୟାଳୟର କଥା କହିବି ତେବେ ଦୁଇ ଘଣ୍ଟା ହୋଇଯିବ  । ଶେଷରେ ପ୍ରୋଟୋକଲ ସରିଯିବ ବୋଲି କହିଛନ୍ତି ରାଷ୍ଟ୍ରପତି  ।