ଆଜି ଇଦ୍-ଉଲ୍-ଫିତର: ଶୁଭେଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

1 min read

ଭୁବନେଶ୍ୱର: ମୁସଲମାନ ସମ୍ପ୍ରଦାୟର ପବିତ୍ର ପର୍ବ ଇଦ୍-ଉଲ୍-ଫିତର । କରୋନା ପାଇଁ ଚଳିତ ବର୍ଷ ମଧ୍ୟ ଫିକା ପଡିଛି ପର୍ବ । କଟକଣା ପାଇଁ ସମୂହ ନମାଜ ପାଠ କରିବାକୁ ବାରଣ କରାଯାଇଛି । ସରକାରଙ୍କ କୋଭିଡ୍ କଟକଣା ଯୋଗୁଁ ଏଥର ଗାଁରେ ନମାଜ ପାଠ କରାଯିବ ନାହିଁ । ମସଜିଦରେ କେବଳ ସାମାଜିକ ଦୂରତା ରଖି 8 ରୁ 10 ଜଣ ମଧ୍ୟରେ ନମାଜ ପାଠ କରିବାକୁ ନିଷ୍ପତି ନିଆଯାଇଛି ।

ପବିତ୍ର ରମଜାନ ମାସରେ, ମୁସଲମାନ ଭାଇ ଭଉଣୀମାନେ ରୋଜା ପାଳନ କରନ୍ତି ଏବଂ ନିୟମିତ ଭାବେ ଆଲ୍ଲାଙ୍କୁ ପ୍ରାର୍ଥନା ଓ ପ୍ରଣାମ କରନ୍ତି । ଇମ-ଉଲ-ଫିତର ପର୍ବର ଶୁଭ ଅବସର, ଯାହା ରମଜାନର ସମାପ୍ତିକୁ ଦର୍ଶାଇବା ସହିତ ଭ୍ରାତୃଭାବ ଓ ସୌହାର୍ଦ୍ଦ୍ୟର ଭାବନାକୁ ଦୃଢୀଭୂତ କରିବା ପାଇଁ ଏହାକୁ ଏକ ଉତ୍ସବ ଭାବରେ ପାଳନ କରାଯାଏ । ଇଦ୍-ଉଲ୍-ଫିତର ମଧ୍ୟ ଆମମାନଙ୍କୁ ମାନବ ସମାଜର ସେବାରେ ନିଜକୁ ପୁନଃ ଉତ୍ସର୍ଗ କରିବା ଏବଂ ଆବଶ୍ୟକ କରୁଥିବା ଲୋକଙ୍କ ଜୀବନରେ ଉନ୍ନତି ଆଣିବା ଲାଗି ଏକ ସୁଯୋଗ ଦେଇଥାଏ ।

ଏଇ ପର୍ବରେ ଆଲ୍ଲାଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଭୋଜି-ଭାତ ସହିତ ଅନେକ ସୁସ୍ୱାଦୁ ଭୋଜନର ମଜା ନେଇଥାନ୍ତି ମୁସଲମାନ ଭାଇ ଭଉଣୀମାନେ । ଏହାଛଡ଼ା ନୂଆ ପୋଷାକ, ସାଙ୍ଗସାଥି, ଜ୍ଞାତି-କୁଟୁମ୍ବଙ୍କ ଭିତରେ ଉପହାରର ଆଦାନ ପ୍ରଦାନ କରିଥାନ୍ତି । ମୁସଲମାନ ଭାଇ ଭାଉଣୀଙ୍କୁ ଆଜିର ଦିନରେ ଶୁଭେଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି କହିଛନ୍ତି ଇଦ୍-ଉଲ୍-ଫିତର ଅବସରରେ ମୁଁ ସମସ୍ତ ଦେଶବାସୀ ବିଶେଷ କରି ମୁସଲମାନ ଭାଇ ଓ ଭଉଣୀମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ମଧ୍ୟ ଶୁଭେଛା ଜଣାଇଛନ୍ତି ।

Leave a Reply