ପ୍ରଥମ ଥର ପତ୍ନୀଙ୍କୁ ସାମନାକୁ ଆଣିଲେ ପ୍ରଶାନ୍ତ କିଶୋର, ସ୍ବତନ୍ତ୍ର ସାମ୍ବାଦିକ ସମ୍ମିଳନୀ କଲେ

1 min read

ପାଟନା: ନିର୍ବାଚନ ରଣନୀତିଜ୍ଞଙ୍କ ଠାରୁ ରାଜନୀତିରେ ପ୍ରବେଶ କରିଥିବା ପ୍ରଶାନ୍ତ କିଶୋର ଅକ୍ଟୋବର ୨ରେ ନିଜର ପାର୍ଟି ନାଁ ଘୋଷଣା କରିବେ। ନିକଟରେ ପ୍ରଶାନ୍ତ କିଶୋର ରବିବାର ଦିନ ପାଟନାରେ ଏକ ମହିଳା ସମ୍ମିଳନୀ ଆୟୋଜନ କରିଥିଲେ। ଏହି ସମ୍ମିଳନୀରେ ସେ ପ୍ରଥମ ଥର ପାଇଁ ତାଙ୍କ ପତ୍ନୀ ଜାନଭୀ ଦାସଙ୍କୁ ସର୍ବସାଧାରଣରେ ପରିଚିତ କରାଇଥିଲେ।

ପ୍ରଶାନ୍ତ କିଶୋର ପ୍ରାୟ ଦୁଇ ବର୍ଷ ଧରି ବିହାର ଗସ୍ତରେ ଅଛନ୍ତି । ତାଙ୍କ ପତ୍ନୀଙ୍କୁ ପରିଚୟ ଦେବାବେଳେ ପ୍ରଶାନ୍ତ କିଶୋର କହିଛନ୍ତି ଯେ ଡକ୍ଟରେଟ ଛାଡିବା ପରେ ସେ ସମଗ୍ର ପରିବାରର ଦାୟିତ୍ବ ଗ୍ରହଣ କରିଛନ୍ତି । ଆହୁରି ସେ କହିଛନ୍ତି ଯେ ବିହାରରେ ଯାହା ଚାହୁଁଛ ତାହା କରିପାରିବ । ଆମେ ପରିବାରର ଦାୟିତ୍ବ ନେବୁ  । ପତ୍ନୀଙ୍କୁ ପ୍ରଥମ ଥର ପାଇଁ ପରିଚିତ କରାଇବାକୁ ଡାକିଛି  । ସିଏ ମୋ ପତ୍ନୀ ବୋଲି ତାଙ୍କୁ ପରିଚୟ କରାଉନାହିଁ ବରଂ ଆପଣଙ୍କ ଭାଇ ବିହାର ପାଇଁ ଯାହା କାମ କରିପାରୁଛି ତାହା କେବଳ ପତ୍ନୀ ଘର ପରିବାରର ଦାୟିତ୍ବ ନେଇଥିବାରୁ ହୋଇପାରିଛି  ।

ଜାନଭୀ ଦାସ କିଏ?

ପ୍ରଶାନ୍ତ କିଶୋରଙ୍କ ପତ୍ନୀ ଜାନଭୀ ଦାସ ଆସାମ ଗୁଆହାଟିର ବାସିନ୍ଦା ଏବଂ ବୃତ୍ତିରେ ସେ ଜଣେ ଡାକ୍ତର। ରାଜନୈତିକ ରଣନୀତିଜ୍ଞ ହେବା ପୂର୍ବରୁ ପି.କେ ଜାତିସଂଘର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ମଧ୍ୟ କାର୍ଯ୍ୟ କରିଥିଲେ । ଏହି ସମୟରେ ପିକେ ଏବଂ ଜାନଭୀଙ୍କ ସାକ୍ଷାତ ହୋଇଥିଲା। ଜାତିସଂଘର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ସାକ୍ଷାତ ହେବା ପରେ ସେମାନଙ୍କର ବନ୍ଧୁତା ପ୍ରେମରେ ପରିଣତ ହେଲା ଏବଂ ଦୁହେଁ ବିବାହ କଲେ  । ପି.କେ ଏବଂ ଜାନଭୀ ଦାସଙ୍କ ମଧ୍ୟ ଏକ ପୁଅ ଅଛି।

 PK  ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ କି?

ପ୍ରଶାନ୍ତ କିଶୋର ୨୦୨୨ ମସିହା ୨ ଅକ୍ଟୋବରରେ ବିହାରରେ ଏକ ଜନ ଅଭିଯାନ ଆରମ୍ଭ କରିଥିଲେ । ଯେଉଁଥିରେ ସେ ସମଗ୍ର ରାଜ୍ୟ ଗସ୍ତରେ ଯାଇଥିଲେ । ବିହାରର ବିଧାନସଭା ନିର୍ବାଚନ ଧୀରେ ଧୀରେ ନିକଟତର ହେଉଥିବାରୁ ପ୍ରଶାନ୍ତ କିଶୋର ନିଜର ଦଳ ଘୋଷଣା କରିପାରନ୍ତି  । ପ୍ରଶାନ୍ତ କିଶୋର ଅକ୍ଟୋବର ୨ ରେ ଜନ ସୁରଜ ପାର୍ଟି ଆରମ୍ଭ କରିବାକୁ ଯାଉଛନ୍ତି। ଜନ ସୁରଜ ପାର୍ଟି ୨୦୨୫ରେ ୨୪୩ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ  ।  ସେଥିମଧ୍ୟରୁ ଅତି କମରେ ୪୦ ଜଣ ମହିଳା ପ୍ରାର୍ଥୀଙ୍କୁ ସ୍ଥାନ ଦେବ ଜନ ସୁରଜ ପାର୍ଟି।