ପାରାଅଲିମ୍ପିକରେ ଭାରତକୁ ଝଟକା, ଖେଳି ପାରିବେନି ପ୍ରମୋଦ ଭଗତ

1 min read

ଭୁବନେଶ୍ବର: ଟୋକିଓ ପାରାଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତଙ୍କୁ ଝଟକା  । ବିଶ୍ବ ବ୍ୟାଡମିଣ୍ଟନ ଫେଡରେସନ ପ୍ରମୋଦଙ୍କୁ ଡୋପିଂ ସମ୍ବନ୍ଧୀୟ ନିୟମ ଉଲ୍ଲଙ୍ଘନ ମାମଲାରେ ନିଲମ୍ବନ କରିଛି  । ୧୮ ମାସ ପର୍ଯ୍ୟନ୍ତ ଖେଳି ପାରିବେନି ପ୍ରମୋଦ  । ପ୍ୟାରିସ ପାରାଅଲିମ୍ପିକ୍ସ ଆଉ ଖେଳି ପାରିବେନି ପ୍ରମୋଦ  । ପ୍ୟାରିସରେ ଆଗାମୀ ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୮ ପର୍ଯ୍ୟନ୍ତ ଖେଳାଯିବ ପାରାଅଲିମ୍ପିକ୍ସ  ।

କୋର୍ଟ ଅଫ ଅର୍ବିଟ୍ରେସନ ଫର ସ୍ପୋର୍ଟ (CAS) ଭଗତଙ୍କୁ ୧୨ ମାସ ଭିତରେ ତିନି ଥର ଦୋଷୀ ପାଇଛନ୍ତି  । ମାର୍ଚ୍ଚ ୧, ୨୦୨୪ରେ CASର ଆଣ୍ଟି ଡୋପିଂ ଡିଭିଜନ ଭଗତଙ୍କୁ ୧୨ ମାସ ମଧ୍ୟରେ ତିନି ଥର ଆଣ୍ଟି ଡୋପିଂ ନିୟମର ଉଲ୍ଲଙ୍ଘନ କରିଥିବା ଜାଣିବାକୁ ପାଇଛି  । ସେପଟେ ୨୯ ଜୁଲାଇ ୨୦୨୪ରେ ସିଏଏସର ଆବେଦନ ଡିଭିଜନ ଭଗତଙ୍କ ଅପିଲ୍‌କୁ ଖାରଜ କରିଦେଇଥିଲା  । ମାର୍ଚ୍ଚ ୧ରୁ ସିଏଏସର ଆଣ୍ଟି ଡୋପିଂ ଡିଭିଜନ ଭଗତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା  ।

ଚଳିତବର୍ଷ ପ୍ରମୋଦ ପାରା ବ୍ୟାଡମିଣ୍ଟନ ବିଶ୍ବ ଚାମ୍ପିଅନଶିପରେ ଇଂଲଣ୍ଡର ଡାନିଏଲ ବେଥେଲଙ୍କୁ କଡା ଟକ୍କର ଦେଇ ପୁରୁଷ ସିଙ୍ଗଲ ଏସଏଲ୩ ଟାଇଟଲ ନିଜ ନାଁରେ କରିପାରିଥିଲେ  ।