ପୋଷ୍ଟ ଅଫିସ୍‌ର ଏହି ସ୍କିମ୍ ଆପଣଙ୍କ ଟଙ୍କାକୁ କରିଦେବ ଦୁଇ ଗୁଣା: ୫ଲକ୍ଷ ଜମା କଲେ ମିଳିବ ୧୦ଲକ୍ଷ

ନୂଆଦିଲ୍ଲୀ: ଆପଣ ଆପଣଙ୍କ କଷ୍ଟଅର୍ଜିତ ଟଙ୍କାକୁ ଏଭଳି ଜାଗାରେ ଜମା ରଖିବାକୁ ଚାହୁଁଛନ୍ତି କି? ଯାହା ସୁରକ୍ଷିତ ବି ରହିବ ଏବଂ ଆପଣଙ୍କୁ ଏହା ବଦଳରେ ଭଲ ରିଟର୍ଣ୍ଣ ମଧ୍ୟ ମିଳିବ ।  ତେବେ ପଢ଼ନ୍ତୁ ପୂରା ଖବର ।

ପୋଷ୍ଟ ଅଫିସଗୁଡ଼ିକରେ ଆରମ୍ଭ ହୋଇଛି କିଷାନ ବିକାଶ ଯୋଜନା । ଏହି ଯୋଜନା ଭାରତ ସରକାରଙ୍କ ଏକ ଓ୍ୱାନ ଟାଇମ୍ ସ୍କିମ୍ । ଯେଉଁଥିରେ ଆପଣଙ୍କ ଟଙ୍କା ଏକ ନିର୍ଦ୍ଦାରିତ ସମୟ ମଧ୍ୟ ଦ୍ୱିଗୁଣା ହୋଇଯିବ । କିଷାନ ବିକାଶ ପତ୍ର ଦେଶର ସବୁ ଡାକଘର ଏବଂ ବଡ଼ ବ୍ୟାଙ୍କରେ ଉପଲବ୍ଧ ରହିଛି । ଯାହାର ମେଚ୍ୟୁରିଟି ପିରିୟଡ୍ ବର୍ତ୍ତମାନ ୧୨୪ ମାସ ରହିଛି । ଏଥିରେ ନ୍ୟୁନତମ ନିବେଶ ୧୦୦୦ ଟଙ୍କା ରହିଥାଏ । ଏବଂ ଅଧିକତମ ନିବେଶର କୌଣସି ଲିମିଟ ନାହିଁ । ଏହି ଯୋଜନା କୃଷକଙ୍କ ପାଇଁ ପ୍ରସ୍ତୁତ କରାଯାଇଛି । ଯାହା ଦ୍ୱାରା ସେମାନେ ଲମ୍ୱା ଅବଧି ପାଇଁ ସେମାନଙ୍କ ଟଙ୍କାକୁ ଜମା ରଖିପାରିବେ ।

ଏହି ଯୋଜନାରେ ୨୦୨୧ ବର୍ଷର ପ୍ରଥମ ତିନିମାସ ପାଇଁ ସୁଧ ୬.୯ ପ୍ରତିଶତ ଧାର୍ଯ୍ୟ କରାଯାଇଛି । ଏଠାରେ ଆପଣଙ୍କ ନିବେଶ ୧୨୪ ମାସରେ ଡବଲ ହୋଇଯିବ । ଯଦି ଆପଣ ଥରକେ ୫ଲକ୍ଷ ଟଙ୍କା ନିବେଶ କରନ୍ତି ତେବେ ଆପଣ ନିର୍ଦ୍ଦାରିତ ସମୟ ପୂରା ହେଲା ପରେ ଆପଣଙ୍କ ୧୦ ଲକ୍ଷ ଟଙ୍କା ପାଇବେ । ତେବେ ଏହି ଯୋଜନାରେ ୧୦୦୦ ହଜାର ଟଙ୍କାର ମିନିମନ୍ ଇନ୍‌ଭେଷ୍ଟମେଣ୍ଟ ହୋଇଥିବା ଆବଶ୍ୟକ । ଏହାପରେ ଆପଣଙ୍କୁ ଆପଣଙ୍କ ଜମାରାଶି ମୁତାବକ ଯଥାକ୍ରମେ ୧୦୦୦, ୨୦୦୦, ୫୦୦୦ ଓ ୫୦୦୦ ଏଭଳି ସର୍ଟିଫିକେଟ୍ ପ୍ରଦାନ କରାଯିବ । ଯେଉଁଥିରେ ଆପଣଙ୍କ ଜମାରାଶି ସମ୍ପର୍କରେ ଉଲ୍ଲେଖ ରହିଥିବ । ଏବଂ ଏ ନେଇ ସରକାରଙ୍କ ପକ୍ଷରୁ ଗ୍ୟାରେଣ୍ଟି ଦିଆଯିବ ।

କିଷାନ ବିକାଶ ପତ୍ରରେ ଯେ କୌଣସି ଜଣେ ବ୍ୟକ୍ତି କିମ୍ୱା ଅଧିକତମ ୩ଜଣ ବ୍ୟକ୍ତି ମିଶି ଜଏଣ୍ଟ ଆକାଉଣ୍ଟ ମାଧ୍ୟମରେ ୧୦ ବର୍ଷ ବୟସରୁ ଊର୍ଦ୍ଧ୍ୱ  ନାବାଳକ କିଣିପାରିବେ । ଏହା ବ୍ୟତୀତ ନାବାଳକ ପକ୍ଷରୁ କୌଣସି ବ୍ୟକ୍ତି ଏବଂ ମାନସିକ ବିକାରଗ୍ରସ୍ତଙ୍କ ପାଇଁ ତାଙ୍କ ଅଭିଭାବକ ଏହାକୁ କିଣିପାରିବେ ।

ଏଥିସହିତ ପଢ଼ନ୍ତୁ: କ୍ରିକେଟ ବିଶ୍ୱକପ୍ ବିଜୟୀ ଦଳର ଅନ୍ୟତମ କର୍ଣ୍ଣଧାର ୟଶପାଲଙ୍କୁ ସୁଯୋଗ ଦେଇଥିଲେ ଦିଲ୍ଲୀପ: ଜାଣନ୍ତୁ କିଭଳି

Leave a Reply