ଅଭିନେତ୍ରୀ ପୁନମଙ୍କ ସ୍ୱାମୀ ଦେଉଛନ୍ତି ଶାରୀରିକ ଓ ମାନସିକ ନିର୍ଯାତନା

ମୁମ୍ବାଇ : ଆକ୍ଟର ଏବଂ ମଡେଲ ପୁନମ୍ ପାଣ୍ଡେଙ୍କ ସ୍ୱାମୀ ସେମ୍ ବାମ୍ବେଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ । ପତ୍ନୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ ସେମ । ଥାନାରେ ପୁନମଙ୍କ ଅଭିଯୋଗ କ୍ରମେ ସେମଙ୍କୁ ଗିରଫ କରିଛି ପୋଲିସ । ରିପୋର୍ଟ ଅନୁସାରେ ଥାନାରେ ଅଭିଯୋଗ ହେବା ପରେ ପୁନମଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପୁନମଙ୍କ ମୁଣ୍ଡ, ଆଖି ଏବଂ ମୁହଁରେ ଆଘାତ ହୋଇଥିବା ଜଣାପଡ଼ିଛି । ମୁମ୍ବାଇ ପୋଲିସର କହିବାନୁସାରେ ଆଇପିସି ଧାରା ଅନ୍ତର୍ଗତ ସେମ ବାମ୍ବେ ବିରୁଦ୍ଧରେ ମାମଲା ରୁଜ୍ଜୁ କରାଯାଇ ଘଟଣାର ଯାଞ୍ଚ ଆରମ୍ଭ କରାଯାଇଛି ।

ଏହା ପ୍ରଥମ ଥର ନୁହେଁ ଏହା ପୂର୍ବରୁ ମଧ୍ୟ ପୁନମ ସ୍ୱାମୀ ସେମଙ୍କ ବିରୁଦ୍ଧରେ ମାରପିଟର ଅଭିଯୋଗ ଆଣିଥିଲେ । ବାହାଘରର କିଛି ବର୍ଷ ପରେ ହିଁ ମାରପିଟ ଅଭିଯୋଗକ୍ରମେ ଗୋଆରେ ସେମଙ୍କୁ ଗିରଫ କରିଥିଲା ପୋଲିସ । ସେମ ପୁନଲଙ୍କୁ ମାରପିଟ୍ କରିବା ସଙ୍ଗେ ସଙ୍ଗେ ଧମକ ମଧ୍ୟ ଦେଉଥିଲେ । ପୁନମଙ୍କ ଅଭିଯୋଗ ପରେ ସେମଙ୍କ ଉପରେ ଆଇପିସି ଧାରା ୫୫୩, ଧାରା ୫୦୬ ଏବଂ ଧାରା ୫୫୪ ଅନ୍ତର୍ଗତ ମାମଲା ରୁଜ୍ଜୁ କରାଯାଇଛି ।

Leave a Reply