ତିର୍ତ୍ତୋଲ ଓ ବାଲେଶ୍ୱର ସଦରରେ ବିଜେଡିର ଦବଦବା: ବିଜେପିର ଦାବି ୨ ଆସନ ଦଖଲ କରିବୁ

1 min read

ଭୁବନେଶ୍ୱର( ଚିନ୍ମୟ ମହାପାତ୍ର ) : ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାୟକଙ୍କ ପରଲୋକ ଯୋଗୁ ଖାଲି ପଡ଼ିଥିବା ଏହି ୨ ଆସନ ପାଇଁ ଉପନିର୍ବାଚନ ହେବ I ଏଥିପାଇଁ ୩ ପ୍ରମୁଖ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କଲେଣି I ବିଜେଡି ଓ ବିଜେପି ଏହି ଦୁଇ ଆସନରେ ବିଜୟ ହାସଲ କରିବା ନେଇ ଦମ୍ଭୋକ୍ତି ପ୍ରକାଶ କରୁଥିବା ବେଳେ କଂଗ୍ରେସ ବି ପ୍ରସ୍ତୁତି କିଛି କମ୍ କରିନାହିଁ  I

ତିର୍ତ୍ତୋଲ ଓ ବାଲେଶ୍ୱର ସଦର ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବ I ବାଲେଶ୍ୱର ସଦର ବିଜେପି ବିଧାୟକ ମଦନ ମୋହନ ଦତ୍ତ ଓ ତିର୍ତ୍ତୋଲ ବିଜେଡି ବିଧାୟକ ବିଷ୍ଣୁ ଦାସଙ୍କ ଅକାଳ ବିୟୋଗ ପରେ ଏହି ଦୁଇ ଆସନ ଖାଲି ପଡ଼ିଛି I ନିୟମ ଅନୁସାରେ ୬ମାସ ଭିତରେ ଉପନିର୍ବାଚନ ହେବ I ଏଥିପାଇଁ ତାରିଖ ଘୋଷଣା ହୋଇନାହିଁ, କିନ୍ତୁ ଜୋର୍‌ ଧରିଲାଣି ରାଜନୀତି I

୨୦୧୯ ନିର୍ବାଚନରେ ତିର୍ତ୍ତୋଲ ଆସନ ବିଜେଡି ଖାତାକୁ ଯାଇଥିଲା I ଉପନିର୍ବାଚନରେ ପୁଣି ବିଜେଡି ଏହି ଆସନରେ ଜିତିବ ବୋଲି ଦାବି କରିଛ I ତେବେ ତିନି ତିନି ଥର ବାଲେଶ୍ୱର ସଦର ଆସନ ଦଖଲ କରିଥିବା ବିଜେଡି ୨୦୧୯ରେ ଏହି ଆସନଟି ହରାଇଥିଲା  ।  ଜିତିଥିଲା  ବିଜେପି I ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଓ ଭୋଟରଙ୍କ ସଦ୍ଦିଚ୍ଛା ଯୋଗୁ ବିଜେଡି ଖାତାକୁ ବାଲେଶ୍ୱର ସଦର ଆସନ ଫେରିବ ବୋଲି ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ଦାବି କରିଛନ୍ତି I

ସେପଟେ ଦୁଇଟି ଯାକ ଆସନ ବିଜେପି ଦଖଲ କରିବ ବୋଲି ଦଳ ଦାବି କରିଛି I ଅନ୍ୟପଟେ ଉପନିର୍ବାଚନ ପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଥିବା କଂଗ୍ରେସ ଘରଘର ବୁଲି ଭୋଟ୍‌ ଭିକ୍ଷା ମାଗି ଭୋଟରଙ୍କ ମନ ଜିଣିବାକୁ ଲକ୍ଷ୍ୟ ରଖିଛି I ତେବେ ରାଜନୈତିକ ସମୀକ୍ଷକଙ୍କ କହିବା କଥା, ଉଭୟ ତିର୍ତ୍ତୋଲ ଓ ବାଲେଶ୍ୱର ସଦର ବିଧାନସଭା କ୍ଷେତ୍ରରେ ବିଜେଡିର ଦବ୍‌ଦବା ରହିବ I

ତିର୍ତ୍ତୋଲରେ ବିଜେଡି ଜିତିବା ଆଶା ଅଧିକ । ବାଲେଶ୍ୱର ସଦରରେ ବିଜେପି ସହ ବିଜେଡି କଡା ଟକ୍କର ଦେଵା  ସ୍ଥିତିରେ ଅଛି I ଯେହେତୁ ପୂର୍ବରୁ ୩ ଥର ବାଲେଶ୍ୱର ସଦର ଆସନ ବିଜେଡି ଖାତାକୁ ଯାଇଥିଲା ଓ ୨୦୧୯ରେ ବିଜେଡି ପ୍ରାର୍ଥୀ ପାଖାପାଖି ୧୨ ହଜାର ଭୋଟରେ ହାରିଥିଲେ, ତେଣୁ ବିଜେଡି ଉପନିର୍ବାଚନରେ ଗଡ଼ ଫେରାଇ ଆଣିବା ପାଇଁ ନିଜକୁ ପ୍ରସ୍ତୁତ କରିବ I

ଉପନିର୍ବାଚନ ତାରିଖ ଏଯାଏଁ ଘୋଷଣା ହୋଇନି  । କିନ୍ତୁ ତିନି ଦଳ କାହାକୁ ପ୍ରାର୍ଥୀ କରିବେ ତାହା ସେମାନଙ୍କ ପାଇଁ ବଡ଼ ଗ୍ୟାଲେଞ୍ଜ I ଓଡ଼ିଶା ଉପନିର୍ବାଚନର ରାଜନୀତି କହୁଛି ସବୁ ଉପନିର୍ବାଚନରେ ସରକାରୀ ଦଳ ବାଜିମାତ୍‌ କରିଛି I

https://www.facebook.com/NandighoshaTV/videos/582739122412372/?eid=ARCySIrwJ_hEVHZ4HuwSfUiPPlo4YTXPVNlZxhHuxfaa7mCVUa94ftNtlUmPzpJXV2EUpJ8WDlz4Gs18

Leave a Reply