spot_img

Latest Posts

ଲକଡାଉନକୁ ଖିଲାପ କରୁଥିବା ଲୋକମାନଙ୍କୁ ସାବାଡ଼ କରିବା ପାଇଁ ଲାଠି ସାନିଟାଇଜ କରୁଛି ପୋଲିସ

ନୂଆଦିଲ୍ଲୀ: ସାରା ବିଶ୍ୱକୁ କବଳିତ କରି ରଖିଥିବା କରୋନା ଭାଇରସ୍‌କୁ ନେଇ ଲୋକେ ଭୟଭୀତ ରହିଛନ୍ତି। ସଂକ୍ରମଣ ରୋକିବାକୁ ଭାରତ ସରକାର ୨୧ ଦିନିଆ ଲକଡାଉନ ନିର୍ଦ୍ଦେଶ ଜାରି କରିଛନ୍ତି। ଲୋକଙ୍କୁ ଘରୁ ନ ବାହାରିବାକୁ ମନା କରାଯାଇଥିବାବେଳେ ନିର୍ଦ୍ଦେଶ ନ ମାନିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଲୋକଙ୍କୁ ସଚେତନ କରିବା ସହ ସେମାନେ କିପରି ସରକାରୀ ନିର୍ଦ୍ଦେଶନାମା ପାଳନ କରିବେ ସେ ନେଇ ପୋଲିସ ପ୍ରଶାସନକୁ ଗୁରୁ ଦାୟିତ୍ୱ ଦିଆଯାଇଛି। ପୋଲିସ ମଧ୍ୟ ନିଜ ଦାୟିତ୍ୱ ସମ୍ପାଦନ କରି ଲୋକଙ୍କୁ ବିଭିନ୍ନ ଉପାୟରେ ସଚେତନନା ବାଣ୍ଟୁଛି।

ନିକଟରେ ସ୍ପେନରୁ ଜାରି ହୋଇଥିବା ଭିଡିଓରେ ଦେଖାଯାଇଥିଲା କେତେଜଣ ପୋଲିସ କର୍ମୀ ବିଭିନ୍ନ ଗଳିରେ ଲୋକଙ୍କ ମନୋରଞ୍ଜନ କରୁଛନ୍ତି। ଏ ସବୁ ଭିତରେ ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଜଣେ ପୋଲିସ କର୍ମଚାରୀ ନିଜ ଲାଠିକୁ ସାନିଟାଇଜ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି। ସବୁ ରାସ୍ତାଘାଟରେ ଜଗି ରହିଥିବା ପୋଲିସ ନିୟମ ନ ମାନି ବାହାରକୁ ଆସୁଥିବା ଲୋକଙ୍କ ଉପରେ ଲାଠି ଚାର୍ଜ କରୁଥିବା ଦେଖାଦେଇଛି। ଲାଠି ଦ୍ୱାରା ମଧ୍ୟ ସଂକ୍ରମଣର ଆଶଙ୍କା ଥିବାରୁ ନିଜେ ସୁରକ୍ଷିତ ରହିବା ସହ ଲୋକଙ୍କୁ ସୁରକ୍ଷା ଦେବାକୁ ପୋଲିସ ଲାଠିରେ ସାନିଟାଇଜର ମାରୁଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି।

ପଙ୍କଜ ନୈନ ନାମକ ଜଣେ ଆଇପିଏସ୍‌ ଅଫିସର ଏହି ଭିଡିଓକୁ ଟୁଇଟରରେ ସେୟାର କରିଛନ୍ତି। ଭିଡିଓଟି ଉପରେ ଫୁଲ୍‌ ତୟାରିବୋଲି ଲେଖାଯାଇଛି। ଏହି ଭିଡିଓରେ ଅନେକ ଲୋକ ସେମାନଙ୍କ କମେଣ୍ଟ ରଖିଛନ୍ତି। ପୋଲିସ, ସମସ୍ତ ସୁରକ୍ଷା କର୍ମୀ, ଡାକ୍ତରମାନଙ୍କୁ ୟୁଜର୍ସମାନେ ଧନ୍ୟବାଦ ଦେଇଛନ୍ତି।

Latest Posts

Don't Miss