ଇରାନୀ ମୁସଲିମ ଗ୍ୟାଙ୍ଗର ୭ ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ

ଭୁବନେଶ୍ବର: ଅସଲି ପୋଲିସ ହାତରେ ନକଲି ପୋଲିସ ଗ୍ୟାଙ୍ଗ । ଇରାନୀ ମୁସଲିମ ଗ୍ୟାଙ୍ଗ ର ୭ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । କମିଶନରେଟ ପୋଲିସରେ ସେମାନଙ୍କ ନାଁ ରେ ୧୧ ଟି ମାମଲା ରହିଛି । ରତ୍ନ ପଥର, ଚଷମା ବିକିବା ଆଳରେ ଲୋକଙ୍କୁ ଲୁଟୁଥିଲେ ଏହି ଲୁଟେରା । ମଧ୍ୟପ୍ରଦେଶରେ ୭ ଜଣ ଲୁଟେରାଙ୍କ ଘର ।

ଇରାନରୁ ଆସି ବିଗତ ୯ ପିଢ଼ି ହେଲା ସେମାନେ ମଧ୍ୟପ୍ରଦେଶରେ ରହୁଥିଲେ । କେତବେଳେ ରତ୍ନପଥର ବିକ୍ରି କରୁଥିଲେ ତ ଆଉ କେତବେଳେ ଚଷମା ବିକ୍ରି କରୁଥିଲେ। ହିନ୍ଦୀ ଓ ପାର୍ସି ଭାଷାରେ ସେମାନେ କଥା ହୋଇ ପ୍ରଥମେ ନିଜକୁ ବାହାର ରାଜ୍ୟର ପୋଲିସ ବୋଲି କହୁଥିଲେ। ପରବର୍ତ୍ତୀ ସମୟରେ ନିରୀହ ଲୋକଙ୍କୁ ଲୁଟୁଥିଲେ ।

ଖୁବଶୀଘ୍ର ଏମାନଙ୍କୁ ରିମାଣ୍ଡରେ ଆଣିବ କମିଶନରେଟ ପୋଲିସ ବୋଲି କହିଛନ୍ତି ପୋଲିସ କମିଶନର ସଞ୍ଜୀବ ପଣ୍ଡା ।