କରୋନା ଟିକାର ପ୍ରସ୍ତୁତି ପାଇଁ ଜୋରସୋର ଚାଲିଛି ପ୍ରୟାସ, ଏନେଇ ତିନୋଟି ସହରକୁ ଗସ୍ତ କରିବେ ମୋଦି

1 min read

ନୂଆଦିଲ୍ଲୀ: କରୋନା ଟିକାର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏ ନେଇ ଆଜି ତିନୋଟି  ସହରକୁ ଗସ୍ତ କରିବେ ପି ଏମ । ଭାରତରେ କରୋନା ଭ୍ୟାକ୍ସିନ ପ୍ରସ୍ତୁତ ଓ ଏହାର ବିତରଣ ନେଇ ଜୋର ସୋରରେ ଚାଲିଛି ପ୍ରସ୍ତୁତି । ଏହାର ସ୍ଥିତି ପରଖିବେ ପ୍ରଧାନମନ୍ତ୍ରୀ । ମୋଦି ପ୍ରଥମେ ଅହମ୍ମଦାବାଦର ଜାଇଡସ୍ ବାୟୋଟେକ ପାର୍କ ଗସ୍ତ କରି ‘ଜାଇକୋଡ-ଭି’ ଟିକାର କରିବେ ସମୀକ୍ଷୀ। ।

ଏହା ପରେ ପ୍ରଧାନମନ୍ତ୍ରୀ ପୁଣେ ଗସ୍ତ କରି ସେଠାରେ ଟୀକା ଉତ୍ପାଦନ, ବିତରଣ ଓ ଭ୍ୟାକ୍ସିନର ସ୍ଥିତି ପରଖିବେ । ପୁଣେରେ କୋଭିସିଲ୍ଡର ସ୍ଥିତି ପରଖିବେ ମୋଦି । ଶେଷରେ ହାଇଦ୍ରାବାଦର ଭାରତ ବାୟୋଟେକରେ କୋଭିକ୍ସିନ ଟିକାର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ । ଦେଶବାସୀ କରୋନା ବିରୋଧରେ ଦୀର୍ଘ ଦିନ ଧରି ଲଢେଇ ଜାରି ରଖିଥିବାବେଳେ ଖୁବ ଶୀଘ୍ର ଟିକା ମିଳିବାକୁ ଯାଉଛି । ଏହାର ଆଜି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Leave a Reply