ଦେଶବାସୀଙ୍କୁ ୩୫ ଟି ବିଶେଷ କିସମର ଫସଲ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ, NIBST କ୍ୟାମ୍ପସର କଲେ ଉଦଘାଟନ

1 min read

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଜଳବାୟୁ ଅନୁକୂଳ ପ୍ରଯୁକ୍ତିବିଦ୍ୟାକୁ  ଆପଣେଇବା ପାଇଁ ଏବଂ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ଦେଶକୁ ୩୫ ଟି ବିଶେଷ କିସମର ଫସଲ ଉତ୍ସର୍ଗ କରିଛନ୍ତି । ଡିଜିଟାଲ କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଛତିଶଗଡର ରାୟପୁରରେ ‘ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ବାୟୋଟିକ୍ ଷ୍ଟ୍ରେସ୍ ସହନଶୀଳତା’ (NIBST) ର ନୂତନ କ୍ୟାମ୍ପସକୁ ମଧ୍ୟ ଉଦଘାଟନ କରିଛନ୍ତି ।

ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କୃଷି ବିଶ୍ୱବିଦ୍ୟାଳୟଗୁଡ଼ିକୁ ଗ୍ରୀନ୍ କ୍ୟାମ୍ପସ୍ ପୁରସ୍କାର ମଧ୍ୟ ପ୍ରଦାନ କରିଥିଲେ ଏବଂ ଅଭିନବ ପ୍ରଣାଳୀ ବ୍ୟବହାର ବାବଦରେ କୃଷକମାନଙ୍କ ସହ କଥା ହୋଇଥିଲେ । ଜଳବାୟୁ ପରିବର୍ତ୍ତନ ଏବଂ ପୁଷ୍ଟିହୀନତାର ଯୁଗ୍ମ ଆହ୍ୱାନର ମୁକାବିଲା ପାଇଁ ଭାରତୀୟ କୃଷି ଅନୁସନ୍ଧାନ ଦ୍ୱାରା ସ୍ୱତନ୍ତ୍ର କିସମର ଫସଲ ପ୍ରସ୍ତୁତ କରାଯାଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୨୦୨୧ ମସିହାରେ ଏହିପରି ୩୫ ଟି କିସମ ବିକଶିତ ହୋଇଛି ।

ଏଥି ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଆୟୁଷ୍ମାନ ଭାରତ-ଡିଜିଟାଲ ମିଶନ ଆରମ୍ଭ କରିଛନ୍ତି, ଯେଉଁଥିରେ ଲୋକଙ୍କୁ ଡିଜିଟାଲ ସ୍ୱାସ୍ଥ୍ୟ ପରିଚୟ ପତ୍ର ପ୍ରଦାନ କରାଯିବ ଯେଉଁଥିରେ ସେମାନଙ୍କର ସ୍ୱାସ୍ଥ୍ୟ ଜନୀତ ତଥ୍ୟ ରେକର୍ଡ  ହେବ । ଗତ ବର୍ଷ ଅଗଷ୍ଟ ୧୫ ରେ ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରୁ ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ଅଭିଯାନର ପାଇଲଟ ପ୍ରକଳ୍ପ ଘୋଷଣା କରିଥିଲେ । ବର୍ତ୍ତମାନ ଏହି ଯୋଜନା ପ୍ରାରମ୍ଭିକ ପର୍ଯ୍ୟାୟରେ ୬ ଟି କେନ୍ଦ୍ର ଶାସିତ ଅଞ୍ଚଳରେ କାର୍ଯ୍ୟକାରୀ ହେଉଛି ।

Leave a Reply