ଲକ୍‌ଡାଉନ୍ ୪.୦ ସଫଳତାକୁ ନେଇ ମନ୍‌ କି ବାତ୍‌ରେ କହିବେ ମୋଦି…

Prime Minister Narendra Modi To Hold Virtual Discussion With 7 States Chief Ministers On Sept 23

ନୂଆଦିଲ୍ଲୀ: ରବିବାର ମନ୍‌ କି ବାତ୍‌ରେ ଲକ୍‌ଡାଉନ୍‌କୁ ନେଇ ଉଦ୍‌ବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିନ ୧୧ ଟାରେ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ଆରମ୍ଭ ହେବ । ତେବେ ଏଥିରେ ସେ ଲକ୍‌ଡାଉନ୍‌ ୪.୦ର ସଫଳତାକୁ ନେଇ ଅନେକ କିଛି କହିପାରନ୍ତି ବୋଲି ଆଶା କରାଯାଉଛି । ସଫଳତାର ସହ ଲକ୍‌ଡାଉନ୍‌ ୪.୦ ଶେଷ ହେଉଥିବାରୁ ସେ ଦେଶବାସୀଙ୍କୁ ଧନ୍ୟବାଦ ଦେଇପାରନ୍ତି ।

ଏହା ସହ ଦେଶକୁ ଆଗାମୀ ଦିନରେ କ’ଣ କରିବାକୁ ହେବ ସେନେଇ ମଧ୍ୟ ସୂଚନା ଦେବେ ବୋଲି କୁହାଯାଉଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ କି ବାତ୍‌ରେ ବିଭିନ୍ନ ପ୍ରସଙ୍ଗ ଉଠାଇପାରନ୍ତି । ଏଥିସହ ଆଗଧାଡ଼ିର କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ମଧ୍ୟ ବାର୍ତ୍ତା ଦେଇପାରନ୍ତି । ଏପଟେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ଶେଷ ହେଉଥିବାରୁ ତାଙ୍କର ଅଭିଜ୍ଞତାକୁ ମଧ୍ୟ କହିପାରନ୍ତି ମୋଦି । ଚାଷୀ, ବ୍ୟବସାୟୀ ଓ ମଧ୍ୟବିତ୍ତ ପରିବାରଙ୍କ ଉଦ୍ଦେଶ୍ୟରେ ମଧ୍ୟ ପ୍ରଧାନମନ୍ତ୍ରୀ କିଛି କହିପାରନ୍ତି ବୋଲି ଆଶା କରାଯାଉଛି । ଲକ୍‌ଡାଉନ ସମୟରେ ଲୋକ ମାନେ ଅନେକ ହଇରାଣ ହୋଇଛନ୍ତି । ଆର୍ଥିକ କ୍ଷତି ମଧ୍ୟ ସହିଛନ୍ତି । ଯାହାକୁ ନେଇ ପୂର୍ବରୁ ଚିନ୍ତା ବ୍ୟକ୍ତ କରିଛନ୍ତି ମୋଦି ।

Leave a Reply