ଏବେ ହେବନି ପିପିଲି ଉପନିର୍ବାଚନ, ସଂକ୍ରମଣ ବଢୁଥିବାରୁ ସ୍ଥଗିତ

ଭୁବନେଶ୍ୱର: ସ୍ଥଗିତ ରହିଲା ପିପିଲି ଉପନିର୍ବାଚନ । କୋଭିଡ ଭୟବହତାକୁ ଦୃଷ୍ଟିରେ ରଖି ଆସନ୍ତା ୧୬ରେ ହେବାକୁ ଥିବା ପିପିଲି ଉପନିର୍ବାଚନକୁ ଅଟକାଯାଇଛି । ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ବଢୁଥିବାରୁ ପିପିଲିରେ ଉପନିର୍ବାଚନ ହେବା ନହେବା ନେଇ ଦାୟର ହୋଇଥିଲା ଅଭିଯୋଗ । ଏନେଇ ଆଜି ଶୁଣାଣି କରିଥିଲେ ହାଇକୋର୍ଟ । ଶେଷରେ ରାଜ୍ୟ ନିର୍ବାଚନ କମିଶନରଙ୍କ ସହ କଥା ହୋଇ ପିପିଲିରେ ହେବାକୁ ଥିବା ଉପନିର୍ବାଚନକୁ ସ୍ଥଗିତ ରଖିଥିବା ନେଇ ନିଷ୍ପତି ନେଇଛନ୍ତି ।

କୋଭିଡ ପରିସ୍ଥିତିରେ ନିର୍ବାଚନ ଅନୁଷ୍ଠିତ ନେଇ 7ତାରିଖ ପର୍ଯ୍ୟନ୍ତ ନିଷ୍ପତ୍ତି ନେବାକୁ ସମୟ ମାଗିଥିଲେ ହାଇକୋର୍ଟ । ଆଜି ଏନେଇ ବିଚାର କରିବା ସହ ଶୁଣାଣି ମଧ୍ୟ କରିଥିଲେ । ଯେହେତୁ ବର୍ତ୍ତମାନ ସଂକ୍ରମଣ ବ୍ୟାପକ ହେବାରେ ଲାଗିଛି ଏବଂ ବଢିଚାଲିଛି ତେଣୁ ଉପନିର୍ବାଚନ କରିବା ଠିକ ନୁହେଁ । ଏଭଳି ସ୍ଥିତିରେ ନିର୍ବାଚନ ହେଲେ ସଂକ୍ରମଣ ଆହୁରି ବଢିବା ନେଇ ଆଶଙ୍କା କରିଥିଲେ ହାଇକୋର୍ଟ ।

ଆସନ୍ତା 16ତାରିଖରେ ହେବାକୁ ଥିଲା ପିପିଲି ଉପନିର୍ବାଚନ । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ଉପନିର୍ବାଚନ ସ୍ଥଗିତ ରଖିବା ନେଇ ନିଷ୍ପତି ନିଆଯାଇଛି । ଲକ୍‌ଡାଉନ୍‌ ବିପର୍ଯ୍ୟୟ ପରିଚାଳନା ନିୟମ 2005 ଅନୁସାରେ ଏହି ନିଷ୍ପତ୍ତି ନିଆଯାଇଛି । ସେପଟେ କୋଭିଡ ସ୍ଥିତି ସୁଧୁରିଲେ ପୁନର୍ବାର ନିର୍ବାଚନ ପାଇଁ ନୂଆ ବିଜ୍ଞପ୍ତି ଜାରି ଲକରାଯିବ ବୋଲି କହିଛନ୍ତି କମିସନ ।

Leave a Reply